ଗ୍ରାମବାସୀଙ୍କ ଆନ୍ଦୋଳନ ପରେ ମୃତକଙ୍କ ପତ୍ନୀଙ୍କୁ ମିଳିଲା କ୍ଷତିପୂରଣ

ପୁଲିସ ସହ ଧସ୍ତାଧସ୍ତି, ସବ-ଇନ୍ସପେକ୍ଟର ଆହତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଟସର ବାଡ଼ ନିକଟରେ ଏକ ମିନିଟ୍ରକ ଗାଡି ଧକ୍କାରେ ଗୁରୁବାର ରାତ୍ରିରେ ୨ଟି ଗୋରୁ ସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ବଡ଼ କୁମୁଲି ପଞ୍ଚାୟତ ଉର୍ଦି ଗ୍ରାମର କେଶବ ହରିଜନ ବୋଲି ଚିହ୍ନଟ ହୋଇଥିଲା। ଦୁର୍ଘଟଣା ଘଟାଇ ମିନିଟ୍ରକ ଦ୍ରୁତ ଗତିରେ ଚିକିଲି ଛକ ଦେଇ ଚାଲିଯାଉଥିବା ବେଳେ ଉର୍ଦି ଗ୍ରାମବାସୀ ଅଟକ ରଖିଥିଲେ। ସେଠାରେ ପାପଡାହାଣ୍ଡି ପୁଲିସ ପହଞ୍ଚି ମିନିଟ୍ରକ ଡ୍ରାଇଭର ଏବଂ ହେଲ୍ପରକୁ ଉତ୍ୟକ୍ତ ଲୋକଙ୍କ କବଳରୁ ଛଡ଼ାଇ ନେଇ ପୁଲିସ ଗାଡି ଭିତରେ ରଖିଥିଲେ। ଏହାପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା, ଉତ୍ୟକ୍ତ ଲୋକେ ଡ୍ରାଇଭରକୁ ତାଙ୍କ ଜିମାରେ ଦେବାପାଇଁ ଜିଦ ଧରିଥିଲେ। ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକଙ୍କ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଧସ୍ତାଧସ୍ତିରେ ପୁଲିସ ଗାଡିକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଫଳରେ ଜଣେ ପୋଲିସ ସବଇନ୍ସପେକ୍ଟର ଆହତ ମଧ୍ୟ ହୋଇଥିଲେ। ଖବର ପାଇ ପାପଡାହାଣ୍ଡି ପୁଲିସ ଥାନା ଅଧିକାରୀ ମୀରା ନାୟକ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି ସହ ଗାଡି ମଲିକକୁ ଡାକିବା ପାଇ କହିଥିଲେ। ଖବର ପାଇ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ ଏବଂ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରାଙ୍କ ସମେତ କିଛି ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାଟି ଶାନ୍ତ ପଡିଥିଲା।

prayash

ଜିଲା ପ୍ରଶାସନ ତରଫରୁ ରେଡ଼କ୍ରସ ତରଫରୁ କ୍ଷତି ପୂରଣ ବାବଦକୁ ୨୦ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦେବାପାଇଁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ। ଆଜି ସକାଳେ ପାପଡାହାଣ୍ଡି ଥାନାରେ ଗାଡି ମଲିକ ପହଞ୍ଚିବା ପରେ ଉଭୟ ପକ୍ଷ ଆଲୋଚନା ହୋଇଥିଲା। କ୍ଷତି ପୂରଣ ବାବଦକୁ ୨ଲକ୍ଷ ଟଙ୍କା ମୃତ ବ୍ୟକ୍ତି ର ପତ୍ନୀକୁ ଗାଡିମାଳିକ ପ୍ରଦାନ କରିବା ପରେ ପାପଡାହାଣ୍ଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ମୃତଦେହକୁ ବ୍ୟବଛେଦ ପାଇଁ ନିଆଯାଇଥିଲା। ନବରଙ୍ଗପୁର ତହସିଲଦାର ଆଜି ପାପଡାହାଣ୍ଡି ଥାନାରେ ପହଞ୍ଚି ରେଡ଼କ୍ରସ ବାବଦକୁ ୨୦ହଜାର ଟଙ୍କା ମୃତକଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ। ଏପଟେ ଘଟଣା ଘଟଇଥିବା ଡ୍ରାଇଭରକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

kalyan agarbati

Comments are closed.