ପାପଡାହାଣ୍ଡି ଅଞ୍ଚଳରେ ଧୂମଧାମରେ ପାଳନ ହେଲା ରଜ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସେମଲା ଗ୍ରାମ ଠାରେ ପହିଲି ରଜ ପାଳିତ ହୋଇଯାଇଛି ।ଉକ୍ତ କାର୍ୟ୍ୟକ୍ରମ ସେମଲା ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ୟ୍ୟକ୍ରମ କୁ ସ୍ଥାନୀୟ ସରପଞ୍ଚ ଟଙ୍କଧର ଭତ୍ରା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲାପରିଷଦ ଅଧକ୍ଷ ମୋତିରମ ନାୟକ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ଜିଲାପରିସଦ ୧ନଂ ଜୋନ ସଭ୍ୟ ଯଶୋବନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପହଲି ରଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

 

prayash

ନବରଙ୍ଗପୁର ଜିଲାରେ ପ୍ରଥମ ଥର ପାଇଁ ଆଦିବାସୀ ବହୁଳ ଅଞ୍ଚଳରେ ରଜକୁ ଆଡମ୍ବର ସହକାରେ ପାଳନ କରୁଥିବା ଯୋଗୁଁ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଆଜି ଏହି ରଜ ଅବସରରେ ଛୋଟ ଛୋଟ ଝିଅମାନେ ନୃତ୍ୟ ପରିବେଷଣ କରିବା ସହ ଗ୍ରାମର ସମସ୍ତ ମହିଳା ଏବଂ ଝିଅମାନେ ପୋଡ଼ ପିଠା ସହ ବିଭିନ୍ନ ରକମର ପିଠା ତିଆରି କରି ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ରାଧାକୃଷ୍ଣ ବେଶଧାରୀଙ୍କୁ ଦୋଳିରେ ବସାଇ ଝୁଲାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତୁଳସା ଭତ୍ରା, ରାମ ମିରଗାନ, ବ୍ଲକ ବିଜେଡ଼ି ଯୁବ ସଭାପତି ତ୍ରିନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.