www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ

ପୁରୀ: ମହାଶିବରାତ୍ରୀ ପୂର୍ବରୁ ବୁଧବାର ପୁରୀ ଶ୍ରୀଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ଦିର ଭିତରୁ ପଙ୍କୋଦ୍ଧାର କରାଯାଇଛି।

ପରମ୍ପରା ମୁତାବକ, ଫାଲୁଗୁନ କୃଷ୍ଣପକ୍ଷ ଏକାଦଶୀରେ ଏହି ପଙ୍କୋଦ୍ଧାର କରାଯାଇଥାଏ। ଏହି ଅବସରରେ ଏକ ବର୍ଷ ଧରି ଗମ୍ଭୀରାରୁ ଭକ୍ତ ଓ ସେବକମାନେ ଅତ୍ୟନ୍ତ ଆଗ୍ରହର ସହ ପଙ୍କ ଉଦ୍ଧାର କରିଛନ୍ତି। ଏଥିପାଇଁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା। ରାତି ପ୍ରାୟ ୨ଟାରୁ ମନ୍ଦିର ଦ୍ବାର ଖୋଲାଯାଇଥିଲା। ଠାକୁରଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ସକାଳ ଧୂପ ପରେ ଶ୍ରଦ୍ଧାଳୁମାନେ ପଙ୍କ ଉଦ୍ଧାର କରିଥିଲେ। ଏହାପରେ ଶ୍ରୀଲୋକନାଥଙ୍କୁ ମହାସ୍ନାନ କରି ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ଧାଡ଼ିରେ ଯାଇ ପ୍ରଭୁଙ୍କ ମୂଳ ଶିବଲିଙ୍ଗ ଦର୍ଶନ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ସାରା ବର୍ଷ ମଧ୍ୟରେ ଆଜିର ଦିନରେ ହିଁ ଭକ୍ତମାନେ ମୂଳ ଶିବଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାଆନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories