www.samajalive.in
Saturday, December 6, 2025
19.1 C
Bhubaneswar

ସୁସ୍ଥତା ପାଇଁ ଆବଶ୍ୟକ ଏସବୁ ଖାଦ୍ୟ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ପିଢ଼ିର ଲୋକେ ନିଜ ସୁସ୍ଥତା ନିମନ୍ତେ ଖୁବ୍ ସଚେତନ। ଏଣୁ ଏଥିପାଇଁ ପ୍ରଥମେ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ସକାଳୁ ଉଠି ଯୋଗ କିମ୍ବା ପ୍ରାଣାୟମର ଅଭ୍ୟାସ କରିବା ପରେ ଖାଦ୍ୟପାନୀୟ ଉପରେ ଦୃଷ୍ଟି ଦେବା ଆବଶ୍ୟକ।

ଭୋଜନରେ ଦୈନିକ ବ୍ରାହ୍ମୀ ଶାଗ ସାମିଲ କରିବା ନିହାତି ଉତ୍ତମ। ଏହି ଶାଗ ଖାଇଲେ ସ୍ମୃତି ଶକ୍ତି ବଢ଼ିବା ସହ ମସ୍ତିଷ୍କ ମଧ୍ୟ ବୟସାଧିକ୍ୟରେ ଠିକ୍ ଭାବେ କାର୍ୟ୍ୟ କରିଥାଏ।

- Advertisement -

ସକାଳ ଜଳଖିଆ ପେଟପୂରା ଖାଇବା ଉପକାରୀ। ରୁଟି କିମ୍ବା ସନ୍ତୁଳା ଖାଇଲେ ତାହା ମେଦ ନିୟନ୍ତ୍ରଣ କରିବା ସହ ବାରମ୍ବାର ଭୋକ ଲାଗେନାହିଁ। ଏହା ସହ ଡ୍ରାଏଫ୍ରୁଟସ୍ ମଧ୍ୟ ଅଳ୍ପ ପରିମାଣରେ ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇଥାଏ।

ଦ୍ବିପହର ଭୋଜନ ପୂର୍ବରୁ ଉଷୁମ ପାଣି ଗିଲାସେ ପିଇନେବା ଆବଶ୍ୟକ। ଭୋଜନରେ ଭାତ ପରିବର୍ତ୍ତେ ରୁଟି, ଡାଲି ଓ ସନ୍ତୁଳା ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଇଚ୍ଛା ହେଲେ ସପ୍ତାହକୁ ଥରୁଟିଏ ଭାତ ଖାଇପାରନ୍ତି।

ଟମାଟୋ, କଖାରୁ, ଅମୃତଭଣ୍ଡା ସିଝା ନିୟମିତ ଭାବେ ଖାଇଲେ ଶରୀରରେ ଉତ୍ତମ ରକ୍ତ ସଞ୍ଚାଳନ ହେବା ସହ କୋଲେଷ୍ଟରଲ ବଢ଼ିନଥାଏ।

ରାତିଭୋଜନ ହାଲକା କରିବା ଆବଶ୍ୟକ। ସପ୍ତାହକୁ ଥରେ କିମ୍ବା ଦୁଇଥର ଆମିଷ ଭୋଜନ କରିବା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ। ଅଣ୍ଡା ଓ ମାଛ ଖାଇବା ମଧ୍ୟ ଭଲ।

ଫୁଲକୋବି, ବନ୍ଧାକୋବି, ପୋଦିନା ପତ୍ର, ବ୍ରୋକୋଲି, ପାଳଙ୍ଗ ଶାଗ ଆଦି ପରିବାକୁ ନିଜ ବ୍ୟଞ୍ଜନରେ ସାମିଲ କରିବା ସ୍ବାସ୍ଥ୍ୟ ପାଇଁ ଭଲ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories