www.samajalive.in
Monday, December 15, 2025
26.1 C
Bhubaneswar

ଆଉ ନାହାଁନ୍ତି ମହାଭାରତର ‘କର୍ଣ୍ଣ’: ୬୮ବର୍ଷ ବୟସରେ ଆଖି ବୁଜିଲେ

ସମାଜ ଡିଜିଟାଲ ଡେସ୍କ: ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍‍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଳେ । ପଙ୍କଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପଙ୍କଜ ଧୀର ତାଙ୍କର ଚମକ୍ରାର ଅଭିନୟ ଦକ୍ଷତା ଏବଂ ଶକ୍ତିଶାଳୀ କଣ୍ଠସ୍ୱର ପାଇଁ ଜଣାଶୁଣା ଥିଲେ । କିନ୍ତୁ ୧୯୮୮ ମସିହାରେ ଐତିହାସିକ ନାଟକ ମହାଭାରତରେ କର୍ଣ୍ଣଙ୍କ ଚରିତ୍ର ତାଙ୍କୁ ପ୍ରକୃତରେ ଅମର କରିଥିଲା । କର୍ଣ୍ଣଙ୍କ ଚରିତ୍ର ଏତେ ଲୋକପ୍ରିୟ ହୋଇଥିଲେ ଯେ ଦେଶର ଅନେକ ସ୍ଥାନରେ ତାଙ୍କର ପ୍ରତିମା ପୂଜା ପାଉଥିଲା । ପଙ୍କଜ ‘ସଡକ୍‍’ ସୈନିକ’ ଏବଂ ବାଦଶାହା ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଟେଲିଭିଜରେ ସକ୍ରିୟ ଥିଲେ ।

- Advertisement -

ରିପୋର୍ଟ ଅନୁସାରେ ପଙ୍କଜ ଧୀରଙ୍କ ଶେଷକୃତ୍ୟ ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନରେ କରାଯିବ । ତାଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ସହିତ ଅନେକ ପ୍ରମୁଖ ଚଳଚ୍ଚିତ୍ର ତାରକା ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories