www.samajalive.in
Friday, December 12, 2025
14.1 C
Bhubaneswar

କଲୋନୀରେ ଲୁଟିଆଙ୍କ ଆତଙ୍କ: ବନ୍ଧୁକ ଦେଖାଇ ସୁନା ଲୁଟ୍

ଉତ୍ତର ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଲୁଟ୍‍, ଚୋରି, ହତ୍ୟା ଘଟଣା ବୃଦ୍ଧି ପାଉଛି। ହେଲେ ଅନେକ ଘଟଣାରେ ପୁଲିସ ଦୁର୍ବୃତ୍ତଙ୍କ ଟେର ପାଉନି। ମୁଖ୍ୟ ରାସ୍ତା, ଜନଗହଳିପୂର୍ଣ୍ଣ ସ୍ଥାନ ବ୍ୟତୀତ ଉପକଣ୍ଠ ଅଞ୍ଚଳରେ ମଧ୍ୟ ଲୁଟିଆଙ୍କ ଉତ୍ପାତ କିଛି କମ୍‌ ନୁହେଁ। ମଙ୍ଗଳବାର ସକାଳେ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରେଲୱ ମାର୍କେଟ ନିକଟ ଆଦିମାତା କଲୋନୀ ଅଞ୍ଚଳରେ ଘଟିଥିବା ଦୁଇ ଦୁଇଟି ଲୁଟ୍ ଘଟଣା ଅଞ୍ଚଳରେ ଭୟ ସୃଷ୍ଟି କରିଛି। ପୁଲିସ ସୂଚନା ଅନୁସାରେ ଏହି ଥାନା ଅନ୍ତର୍ଗତ ଗାଡକଣସ୍ଥିତ କେଳୁଚରଣ ପାର୍କ ନିକଟ ସାଇ ସୃଷ୍ଟି ଆପାର୍ଟମେଣ୍ଟରେ ଉମାକାନ୍ତ ମିଶ୍ର ରୁହନ୍ତି।

ମଙ୍ଗଳବାର ସକାଳେ କୌଣସି ଏକ ଜରୁରୀ କାମରେ ମିଶ୍ର ଏବଂ ତାଙ୍କର ପତ୍ନୀ, ପୁଅ ଓ ଝିଅ ଏକ ଅଟୋ ଯୋଗେ ଭୁବନେଶ୍ୱର ଷ୍ଟେଶନ ଯିବା ପାଇଁ ବାହାରିଥିଲେ। ପାର୍କ ଠାରୁ ମାତ୍ର ଅଳ୍ପ ଦୂର ଆସିବା ପରେ ଆଦି ମାତା କଲୋନୀ ମଧ୍ୟସ୍ଥ ଏକ ସ୍ଥାନରେ ତିନି ଅଜ୍ଞାତ ଯୁବକ ସେମାନଙ୍କୁ ଅଟକାଇ ଥିଲେ। ଅଟୋ ରହିଯିବା କ୍ଷଣି ଲୁଟିଆ ମୁଣ୍ଡରେ ଦୁଇଟି ବନ୍ଧୁକ ଲଗାଇ ମିଶ୍ରଙ୍କ ପତ୍ନୀଙ୍କଠୁ ସମସ୍ତ ସୁନା ଗହଣା ଲୁଟି ନେଇ ଏକ ନମ୍ବର ବିହୀନ କଳା ପଲସରରେ ଫେରାର ହୋଇଯାଇଥିଲେ। ମିଶ୍ର ଏବଂ ଅଟୋ ଚାଳକ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ। କଣ୍ଟ୍ରୋଲ ରୁମ ନିର୍ଦେଶ ଅନୁସାରେ ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ ମଧ୍ୟ କୌଣସି ଟେର ପାଇପାରି ନଥିଲେ। ତେବେ ଏ ସଂକ୍ରାନ୍ତରେ ମିଶ୍ର ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ୮୫ଗ୍ରାମ ସୁନା ଗହଣା ଲୁଟି ନେଇଥିବା ସେ ଉଲ୍ଲେଖ କରିଛନ୍ତି।
ସେହିପରି ଆଦିମାତା କଲୋନୀ ଅଞ୍ଚଳର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଦାନନ୍ଦ ସ୍ବାଇଁ ପୂଜା ପାଇଁ ଫୁଲ ତୋଳୁଥିବା ବେଳେ ତିନି ଲୁଟିଆ ତାଙ୍କୁ ମାଡ ମାରି ହାତରୁ ଏକ ମୁଦି ନେଇଯାଇଥିଲେ। ଏ ସଂକ୍ରାନ୍ତରେ ସ୍ବାଇଁଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି। ଲୁଟିଆଙ୍କ ମାଡରେ ଆହତ ସ୍ବାଇଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories