www.samajalive.in
Friday, December 12, 2025
27.1 C
Bhubaneswar

କଂଗ୍ରେସ-ଏନସିପିର ୪ ବିଧାୟକଙ୍କ ଇସ୍ତଫା

ମୁମ୍ବଇ: ଚଳିତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ବିରୋଧୀ ଦଳ କଂଗ୍ରେସ ଓ ଏନସିପିର ୪ ଜଣ ବିଧାୟକ ମଙ୍ଗଳବାର ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଏହି ବିଧାୟକମାନେ ହେଲେ ଏନସିପିର ଶିବେନ୍ଦ୍ର ସିଂହରାଜ ଭୋସଲେ (ସତାରା), ବୈଭବ ପିଚାଡ(ଆକୋଲେ) ଏବଂ ସନ୍ଦୀପ ନାଏକ (ଆଇରୋଲି) ଏବଂ କଂଗ୍ରେସ ବିଧାୟକ କାଳିଦାସ କୋଲାମ୍ବକାର (ନୈଗାଓଁ)। ଏମାନେ ପୃଥକ ଭାବେ ନିଜ ନିଜର ଇସ୍ତଫାପତ୍ର ବାଚସ୍ପତି ହରିବନ୍ଧୁ ବାଗାଡେଙ୍କୁ ଦକ୍ଷିଣ ମୁମ୍ବଇସ୍ଥିତ ବିଧାନଭବନଠାରେ ହସ୍ତାନ୍ତର କରିଛନ୍ତି। ଲୋକସଭା ନିର୍ବାଚନରେ ବିଜେପିର ସଫଳତାକୁ ଦେଖି ବୁଧବାର ଏମାନେ ଏହି ଦଳରେ ସାମିଲ ହେବେ ବୋଲି କୁହାଯାଉଛି। ରାଜ୍ୟରେ ଦୁଇ ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଜେପି ଏହାର ମିତ୍ର ଦଳଗୁଡିକ ସହିତ ୨୮୮ ଆସନ ବିଶିଷ୍ଟ ବିଧାନସଭା​‌େ​‌ର ୨୨୦ଟି ଜିତିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଏନସିପିର ମୁମ୍ବଇ ୟୁନିଟ ମୁଖ୍ୟ ସଚିନ ଆହିର ନିକଟରେ ଦଳ ଛାଡି ଶିବସେନା​‌େ​‌ର ଯୋଗ ଦେଇଛନ୍ତି। ଗତ ମେ’ରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟଦତ୍ତ କଶିରସାଗର ଶିବସେନାରେ ଯୋଗ ଦେଇଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories