www.samajalive.in
Monday, December 8, 2025
13.1 C
Bhubaneswar

ଡିଏସବିଏମରେ କେନ୍ଦ୍ରୀୟ ବଜେଟ- ୨୦୨୫ ଉପରେ ପ୍ୟାନେଲ୍‌ ଆଲୋଚନା

ଭୁବନେଶ୍ବର: ୟୁନିଟ୍-୮ ସ୍ଥିତ ଡିଏଭି ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟ (ଡିଏସବିଏମ) ପକ୍ଷରୁ କେନ୍ଦ୍ରୀୟ ବଜେଟ-୨୦୨୫ ଉପରେ ଏକ ପ୍ୟାନେଲ୍‌ ଆଲୋଚନା ଅନୁଷ୍ଠିତ ହୋଇ‌ଯାଇଛି। ଯେଉଁଥରେ ଶିଳ୍ପ, କର୍ପୋରେଟ୍ ହାଉସ୍, ଶିକ୍ଷାବିତ୍ ପ୍ରମୁଖ ବ୍ୟକ୍ତିବିଶେଷ ଯୋଗଦେଇ କେନ୍ଦ୍ର ବଜେଟର ବିଶ୍ଳେଷଣ କରିଥିଲେ।

ଡିଏସବିଏମର ସଭାପତି ମଦନ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବେଶନରେ ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଚିବ ଡ. ସଞ୍ଜୀବ ମହାପାତ୍ର  ବର୍ତ୍ତମାନର ଅର୍ଥନୈତି ପରିସ୍ଥିତିର ବିସ୍ତୃତ ସମୀକ୍ଷା କରିବା ସହ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଧ୍ୟାନ ପାଇଁ ପ୍ରଶଂସା କରିଥିଲେ।

- Advertisement -

ଏମଏସଏମଇ ଏବଂ କୃଷି କ୍ଷେତ୍ର ପାଇଁ ବଜେଟର ପ୍ରଭାବକୁ ସମାଲୋଚନା ମୂଳକ ଭାବରେ ଓଏଏସଏମଇ ସାଧାରଣ ସମ୍ପାଦକ ସାତ୍ତ୍ଵିକ ସ୍ବାଇଁ ବିଶ୍ଳେଷଣ କରିବା ସହ ଆଗକୁ ଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

ରେଭେନ୍ସା ବିଶ୍ବବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର କିଶୋର କୁମାର ଦାସ ବଜେଟ ବ୍ୟବସ୍ଥାର ବାସ୍ତବ ପ୍ରୟୋଗ ଉପରେ ଆଲୋକପାତ କରିବା ସହିତ ଅର୍ଥନୈତିକ ପ୍ରଭାବର ବ୍ୟାପକ ବୁଝାମଣାର  ଆବଶ୍ୟକ‌ତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏସଏପିଏସଜେ ଆଣ୍ଡ ଆସୋସିଏଟ୍ସର ପାର୍ଟନର-ସିଏମଏ ଶିବ ପ୍ରସାଦ ପାଢ଼ୀ ବର୍ତ୍ତମାନର ବଜେଟର ଏକ ତୁଳନାତ୍ମକ ବିଶ୍ଳେଷଣ ପ୍ରଦାନ କରିଥିଲେ। ଏକ ଦୃଢ଼ ଅର୍ଥନୈତିକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପରିବର୍ତ୍ତନଗୁଡ଼ିକୁ କିପରି ନିୟନ୍ତ୍ରଣ କରାଯାଏ ତାହା ସ୍ପଷ୍ଟ କରିଥିଲେ।

ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ବ୍ୟବ‌ହାରିକ ଦକ୍ଷତା ବୃଦ୍ଧି କରିବାରେ ସ‌ହ ସହାୟକ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ. ଡି.ଏନ. ମିଶ୍ର ପ୍ରକାଶ କରିଥିଲେ। ଅଧ୍ୟାପକ ଦେବବ୍ରତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories