ପୁରୀ: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ବୁଧବାର ପୁରୀ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀମନ୍ଦିର ଭିତରେ କାଳିଆ ଦର୍ଶନ ସହ ମା ସରସ୍ୱତୀଙ୍କୁ ମଧ୍ୟ ଦର୍ଶନ କରି ଆଶୀଷ ଲାଭ କରିଛନ୍ତି । ଏହାପରେ ସେ ଶ୍ରୀମନ୍ଦିର ବାହାରେ ପରିକ୍ରମା ମାର୍ଗ ଦେଇ ଶ୍ରୀମନ୍ଦିର ପ୍ରଦକ୍ଷୀଣ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଶୁଭେଚ୍ଛୁଙ୍କ ଠାରୁ ସେ ଅଭିବାଦନ ଗ୍ରହଣ କରିଥିଲେ। ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିଭିନ୍ନ ସମୟରେ ଅଚାନକ ଭାବେ ପୁରୀ ଗସ୍ତ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଥିଲେ।
Popular Categories



