www.samajalive.in
Monday, December 15, 2025
17.1 C
Bhubaneswar

ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କଠୁ ସଂସ୍କାର ଶିଖନ୍ତୁ: ପାଣ୍ଡିଆନ

ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା, କାକଟପୁର, ନିଆଳି, ବାଲିକୁଦା-ଏରସମା, ପାରାଦ୍ବୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜେଡି ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳ ଉପରେ ଆକ୍ରମଣ କରି ପାଣ୍ଡିଆନ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନାହିଁ। ବାହାରୁ ବଡ଼ ବଡ଼ ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳି ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକଙ୍କୁ ଆପଣମାନେ କଡ଼ା ଜବାବ ଦିଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଲେ ଯେ, ଆସାମ ମୁଖ୍ୟମନ୍ତ୍ରୀ ଜାଣିବା ଉଚିତ ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି। ବାଜପେୟୀଙ୍କ ସରକାରରେ ନବୀନ ବାବୁ ଯେତେବେଳେ କ୍ୟାବିନେଟ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ। ଆପଣ ଓଡ଼ିଶାବାସୀଙ୍କଠାରୁ ସଂସ୍କାର ଶିଖନ୍ତୁ। ଓଡ଼ିଶା କେବେ ଅତିଥିଙ୍କୁ ଏ ମାଟିରେ ଅସମ୍ମାନିତ କରେ ନାହିଁ। ମହାପ୍ରଭୁ ଆପଣଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ। ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ। ସେ ପୁଣି କହିଲେ ଯେ, ଆସାମ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକନମ୍ୱର କରିବେ। ପ୍ରଥମେ ସେମାନେ ଆଗେ ନିଜ ରାଜ୍ୟକୁ ଦେଖନ୍ତୁ, ତା’ପରେ ଓଡ଼ିଶା କଥା ଚିନ୍ତା କରିବେ।

- Advertisement -

ସେ କହିଲେ ଯେ, ବିରୋଧୀ ଦଳ ବିଜେଡିର କର୍ମୀଙ୍କୁ ଧମକ ଦେଉଛନ୍ତି। ଆକ୍ରମଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ବାସ କରନ୍ତି। ସେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାରର ସଦସ୍ୟ ବୋଲି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆପଣଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି। ପାଣ୍ଡିଆନ କହିଲେ ଯେ, ମହାପ୍ରଭୁଙ୍କ କୃପାରୁ ଓ ଆପଣଙ୍କ ଆଶୀର୍ବାଦରୁ ସାରା ଓଡ଼ିଶାବାସୀ ଜାଣିଗଲେଣି ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପାରାଦ୍ବୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ। ଏହା ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ। ପାରାଦ୍ବୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ପାରାଦ୍ବୀପର ଉନ୍ନତି ହେବ, ଲୋକଙ୍କ ରୋଜଗାର ବଢ଼ିବ। କାର‌୍ୟ୍ୟକ୍ରମରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ଡ. ରାଜଶ୍ରୀ ମଲ୍ଲିକ, ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲୀପ କୁମାର ନାୟକ, କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା, ନିଆଳି ବିଧାୟକ ପ୍ରାର୍ଥୀ ଡ. ପ୍ରମୋଦ ମଲ୍ଲିକ, ବାଲିକୁଦା-ଏରସମା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସନ୍ନ ଜେନା, ପାରାଦ୍ବୀପ ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ରମାକାନ୍ତ ଭୋଇ ଓ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଅନୁରୋଧ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories