କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ଗାଧୁଆ କାତିପାଡୁ ଗାଁ ନିକଟରେ ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଜିଲା ସଭାପତି ନିରଞ୍ଜନ ସାହୁଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ନିରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକର ୧୪ଟି ପଞ୍ଚାୟତର ୨୧ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ସଂଘ ପକ୍ଷରୁ ୮ଦଫା ଦାବି ସରକାରଙ୍କୁ ଦେଇଥିଲେ । ତାହାକୁ ୨୫ ଦିନ ମଧ୍ୟରେ ସମାଧାନ କରିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ବର୍ତ୍ତମାନ ତାର କୌଣସି କାର୍ଯ୍ୟକାରୀ କରାଯାଇ ନାହିଁ। ସମସ୍ତ ଦାବି ପୂରଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ କହିଛନ୍ତି । ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା, ସମାନ କାମକୁ ସମାନ ଦରମା, ରାଜ୍ୟ ବଜେଟରେ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ବଜେଟ ରଖିବା, ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ପଦୋନ୍ନତି, ସର୍ବନିମ୍ନ ମଜୁରୀ ୩୪୫ଟଙ୍କା, ଚାକିରୀ କ୍ଷେତ୍ରରେ ସୁରକ୍ଷା, ଗ୍ରାମ ଓ ନିୟୋଜନ ବିଭାଗ ଦ୍ଵାରା ଘୋଷଣା କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉ ବୋଲି ଉଲ୍ଲେଖ କରିଛି । ଏଥିରେ ଉପସଭାପତି ରାଧାକୃଷ୍ଣ ପଣ୍ଡା,ସମ୍ପାଦକ ନେମାଲପୁରୀ ମୁକେଶ ଚୌଧରୀ, କୋଷାଧ୍ୟକ୍ଷ ହେମନ୍ତ କୁମାର ନେମାଲପୁରୀ ସମେତ କର୍ମଚାରୀ ଉପସ୍ଥିତ ରହିଥିଲେ ।
Popular Categories



