www.samajalive.in
Saturday, December 6, 2025
23.1 C
Bhubaneswar

ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ପଞ୍ଚୁଦୋଳ ମେଳଣ

ଖଣ୍ଡଗିରି   (ନି:ପ୍ର)- ଆଜି ମୁଣ୍ଡମୁହାଣ ପଞ୍ଚୁଦୋଳ ମେଳଣ ସମାହିତ ହୋଇଯାଇଛି। ତୃତୀୟା ତିଥିରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ମେଳଣ ଗୁରୁବାର ଷଷ୍ଠୀ ତିଥିରେ ହରିହର ଭେଟ ସହ ସଂପର୍ଣ୍ଣ ହୋଇଛି।ଗତ ସୋମବାର ରାତିରେ ଜମାଣ ପର୍ବ  ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା।ବାଜା,ବାଣ, ରୋଷଣୀ ସହ ଘୋଡ଼ା ନାଚ, ଷଣ୍ଢ ନାଚ,ନାଗା ନାଚ ଆଦି ପାରମ୍ପାରିକ ଲୋକକଳାରେ ସଜ୍ଜିତ ଶୋଭାଯାତ୍ରାରେ ଗ୍ରାମର ଆରାଧ୍ୟ ଦେବତା ଥାନପତି ଗ୍ରାମେଶ୍ବର ମହାଦେବ ଓ ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମାକୁ ଦୋଳ ବିମାନରେ ଗ୍ରାମ ପରିକ୍ରମା କରାଯାଇ ମେଳଣ ପଡ଼ିଆକୁ ନିଆଯାଇଥିଲା।

- Advertisement -

ସେଠାରେ ଥାନପତି ଆଖପାଖ ୧୫ଖଣ୍ଡ ଗ୍ରାମରୁ ନିମନ୍ତ୍ରିତ ହୋଇଥିବା ଅତିଥି ଚଳନ୍ତି ପ୍ରତିମାଙ୍କୁ ସ୍ବାଗତ କରିଥିଲେ। ଦୁଇ ଦିନ ଧରି ମେଳଣ ପଡ଼ିଆରେ ନାମ ସଂକୀର୍ତ୍ତନ, ମେଲୋଡି,ଡ୍ୟାନସ ଡ୍ୟାନସ ଭଳି ସଂସ୍କୃତିକ କାର୍ଯ୍ୟକ୍ରମ ସହ ଅପେରା ପରିବେଷଣ କରାଯାଇଥିଲା। ହରିହର ଭେଟ ବେଳେ ମେଳଣ ପଡ଼ିଆରେ ଆତସବାଜି କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା।ଫଗୁ ଖେଳରେ ଭକ୍ତ ଓ ଭଗବାନ ଏକାକାର ହୋଇଯାଇଥିଲେ।ପରେ ଅତିଥି ଠାକୁରମାନେ ଥାନପତିଙ୍କ ଠାରୁ ମେଲାଣି ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ଥାନୀୟ ଅଞ୍ଚଳରେ ନଁପୁଟ, ମଦନପୁର , ଛତାବର,ଜାଗସରାରେ ମଧ୍ୟ ଅନୁରୂପ ଭାବେ ଫଗୁ ଦୋଳ ମେଲଣ ସଂପର୍ଣ୍ଣ ହୋଇଯାଇଛି ।

ଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories