www.samajalive.in
Monday, December 15, 2025
17.1 C
Bhubaneswar

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ୍‍ ଅନ୍ତର୍ଗତ କଙ୍କିଳି ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ହୃଷିକେଶ ମହାନ୍ତଙ୍କୁ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶିଆଲ୍‍ ଜଜ୍‍ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁର୍ନୀତି ନିବାରଣ ଆଇନ୍‍ର ଧାରା ୧୭ରେ ଦୁଇବର୍ଷ କାରାଦଣ୍ଡାଦେଶ ଏବଂ ଧାରା ୧୩ (୨) ୧୩ (୧) (ଡି)ରେ ଏକବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ପ୍ରକାଶ ଯେ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ହୃଷିକେଶ ମହାନ୍ତ ୨୦୧୨ରେ ଢେଙ୍କାନାଳ ସଦର ବ୍ଲକ୍‍ ରେ କାର୍ୟ୍ୟରତ ଥିଲେ। ସଦର ବ୍ଲକ୍‍ ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତର ଜନୈକ ଇନ୍ଦିରା ଆବାସ ହିତାଧିକାରୀ ମୁରଲୀଧର ଦେହୁରୀଙ୍କଠାରୁ ଇନ୍ଦିର ଆବାସ ଗୃହର ତୃତୀୟ କିସ୍ତି ଅର୍ଥ ମଞ୍ଜୁର ପାଇଁ ନିର୍ବାହୀ ଅଧିକାରୀ ୧ ହଜାର ଟଙ୍କା ଦାବି କରିବା ଏବଂ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଧରାପଡିଥିଲେ।

ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ବିଚାର କରି ବୁଧବାର ଢେଙ୍କାନାଳ ଭିଜିଲାନ୍ସ ସ୍ପେଶିଆଲ୍‍ ଜଜ୍‍ ପ୍ରତିମା ପଣ୍ଡା ବିଚାର କରି ନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତଙ୍କୁ ଦୁର୍ନୀତି ନିବାରଣ ଆଇନ୍‍ ଅନୁସାରେ ଧାରା ୭ ଅନୁସାରେ ୨ ବର୍ଷ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୩ ମାସ କାରାଦଣ୍ଡ ଶୁଣାଇଛନ୍ତି। ସେହିପରି ଧାରା ୧୩ (୨) ଏବଂ ଉପଧାରା ୧୩ (୧ ଡି) ଅନୁସାରେ ଆଉ ଏକବର୍ଷ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅର୍ଥ ଅନାଦେୟ ଆଉ ଅଧିକ ୨ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଦୁଇଟି ଯାକ କାରାଦଣ୍ଡ ଏକ ସମୟରେ କାର୍ୟ୍ୟକାରୀ କରାଇବା ପାଇଁ ଆଦେଶ ଦେଇଛନ୍ତି। ମାମଲାକୁ ଢେଙ୍କାନାଳ ଭିଜିଲାନ୍ସ କୋର୍ଟର ସ୍ପେଶିଆଲ୍‍ ପିସି କୈଳାସ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories