www.samajalive.in
Monday, December 15, 2025
15.1 C
Bhubaneswar

କୋଟିଆରେ ହେବ ନିର୍ବାଚନ, ୨ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ

ଭୁବନେଶ୍ବର: ପଟାଙ୍ଗୀ ଜୋନ ୧ ଜିଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ହେବ। ସର୍ବଦଳୀୟ ଉଦ୍ୟମ ଫେଲ ମାରିଥିବାବେଳେ ନିର୍ବାଚନ ମୈଦାନରେ ୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ସର୍ବଦଳୀୟ ପ୍ରାର୍ଥୀଙ୍କ ସହିତ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ। ସର୍ବଦଳୀୟ ପ୍ରାଥୀ ମମତା ଜାନିଙ୍କ ସହ ଲଢ଼ିବେ ଟିକାଇ ଗେମେଲ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ସମୁଦାୟ ୨ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଜଣାପଡ଼ିଛି।
ଆଜି ବସିଥିବା ସର୍ବଦଳୀୟ ବୈଠକ ଉଦ୍ୟମ୍‌ ଫେଲ୍‌ ହେବା ପରେ କୋରାପୁଟ ଜିଲାର କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ଫଳରେ ପଟାଙ୍ଗୀ ଜୋନ୍‌-୧ ଜିଲା ପରିଷଦ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ବିଜେଡି ନେତା ଈଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ ସର୍ବଦଳୀୟ କମିଟି ଜଣେ ପ୍ରାର୍ଥୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ସେଥିରେ ଆମେ ସଫଳ ହୋଇଛୁ। ମାତ୍ର କିଛି କୁଚକ୍ରି ଗୋଷ୍ଠୀ ଷଡ଼ଯନ୍ତ୍ର କରି ପ୍ରାର୍ଥୀ ଦେଇଛନ୍ତି। ହେଲେ ଆମେ ସମସ୍ତେ ସର୍ବଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ରହିଛୁ। ନିର୍ବାଚନ ବେଳେ ଆମେ ଗାଁକୁ ଗାଁ ବୁଲି ତାଙ୍କ ପାଇଁ ପ୍ରଚାର କରିବୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ସେହିପରି ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ ଆନ୍ଧ୍ରକୁ ଗୋଟିଏ ମେସେଜ୍‌ ଦେବା ପାଇଁ ନିର୍ବାଚନ ନକରିବାକୁ ସର୍ବଦଳୀୟ ନିଷ୍ପତ୍ତି ନେବାକୁ କୋଟିଆବାସୀ ହିସାବରେ ମୁଁ ପ୍ରସ୍ତାବ ଦେଇଥିଲି। ମୋର ସେହି ପ୍ରସ୍ତାବରେ ସମସ୍ତେ ରାଜି ହୋଇଥିଲେ। ସବୁ ରାଜନୈତିକ ଦଳର ନିଷ୍ପତ୍ତି ଅନୁସାରେ କୋଟିଆବାସୀଙ୍କ ଭିତରୁ ଜଣକୁ ପ୍ରାର୍ଥୀ କରାଇଥିଲୁ। ବାକି ସରପଞ୍ଚ, ସମିତି ମେମ୍ୱର ଓ ୱାର୍ଡ଼ ମେମ୍ୱରମାନଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରିବା ପାଇଁ ସମସ୍ତେ ଚେଷ୍ଟା କରୁଥିଲୁ। ଆମର ସବୁ ଟେଷ୍ଟା ସତ୍ତ୍ୱେ ଜଣେ ପ୍ରାର୍ଥୀ ହୋଇଛନ୍ତି। ଏଥିରୁ ଭାବନ୍ତୁ ସେମାନଙ୍କ ପଛରେ ନିଶ୍ଚିତ କିଛିନା କିଛି ଅଦୃଶ୍ୟ ଶକ୍ତି କାମ କରୁଛି।
ରାମଚନ୍ଦ୍ର କାଡ଼ାମୁ କହିଛନ୍ତି ଯେ ସିଏ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ମାତ୍ର ମମତା ଜାନିଙ୍କୁ ସର୍ବଦଳୀୟ ପ୍ରାର୍ଥୀ କରାଯିବା ପରେ ତାଙ୍କଠାରୁ ଟିକଟ ପ୍ରତ୍ୟାହୃତ କରାଯାଇଥିଲା। ତେଣୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି। କୋଟିଆର ହିତ ପାଇଁ ଆମେ ସମସ୍ତେ ମମତା ଜାନିଙ୍କୁ ସମର୍ଥନ ଦେଉଛୁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories