www.samajalive.in
Tuesday, December 9, 2025
26.1 C
Bhubaneswar

କଲ୍ୟାଣସିଂହପୁରରେ ୫୩ଟି ସମ୍ବେଦନଶୀଳ ଓ ୩୫ଟି ଅତିସମ୍ବେଦନଶୀଳ ବୁଥ୍

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚଳିତ ମାସ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । କଲ୍ୟାଣସିଂହପୁର ବ୍ଲକରେ ନିର୍ବାଚନ ସରଗରମ ଥିବା ବେଳେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ୫୩ଟି ବୁଥ୍ ସମ୍ବେଦନଶୀଳ, ୩୫ଟି ବୁଥ୍ ଅତିସମ୍ବେଦନଶୀଳ ଓ ୮୨ଟି ଅଣସମ୍ବେଦନଶୀଳ ବୁଥ୍ ରହିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ବ୍ଲକରେ ୧୪ଟି ପଞ୍ଚାୟତର ୨ଟି ଜୋନରେ ୧୭୦ ବୁଥରେ ମତଦାନ ବା ଭୋଟ ହେବ। ଏଥିରେ ଦୁର୍ଗମ ନିୟମଗିରି ପାହାଡରେ ମାଓବାଦୀ ପ୍ରବଣ ଅଞ୍ଚଳ ରହିଥିବାରୁ ପାର୍ଶାଲି ପଞ୍ଚାୟତର ୧୧ବୁଥରୁ ୯ବୁଥରେ ମତଦାନ ହେବ । ଡଙ୍ଗମାଟି ବୁଥକୁ ବୁଡୁଣୀ ଓ ଗୁମ୍ମା ବୁଥକୁ ଚାଟିକଣା ବୁଥ ସ୍ଥାନାନ୍ତର କରାଯାଇଛି । ଏହାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସରୋଜ କୁମାର ମିଶ୍ର କରିଥିବା ସ୍ଥାନୀୟ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ କହିଛନ୍ତି ।

ବ୍ଲକରେ ମୋଟ ୪୫୫୭୬ ଜଣ ଭୋଟର ରହିଛନ୍ତି । ସେଥିରୁ ‘କ’ ଜୋନରେ ୨୧୪୬୮ ଜଣ ଭୋଟର , ‘ଖ’ ଜୋନରେ ୨୪୦୯୪ ଓ ୧୪ ଜଣ ଉଭୟ ଲିଙ୍ଗି ଭୋଟର ରହିଛନ୍ତି । ଏଥିରେ ୧୪ ଟି ସମିତି ସଭ୍ୟ ମଧ୍ୟରୁ ଗୋଟିଏ ସୁନାଖଣ୍ଡି ପଞ୍ଚାୟତର ସମିତି ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବଳକା ୧୩ଟି ସମିତି ସଭ୍ୟ, ୧୪ଟି ସରପଞ୍ଚ ପ୍ରାର୍ଥୀ, ୧୭୦ ୱାର୍ଡ ସଦସ୍ୟ ମଧ୍ୟରୁ ୬୩ ଟି ୱାର୍ଡ଼ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୦୭ଟି ୱାର୍ଡ ସଦସ୍ୟ ପାଇଁ ଓ ଦୁଇଟି ଜିଲାପରିଷଦ ସଦସ୍ୟ ନିର୍ବାଚିତ ହେବାକୁ ରହିଛି । ଏଥିପାଇଁ ୪୫ ସରପଞ୍ଚ, ୩୪ ସମିତିସଭ୍ୟ, ୨୫୩ ୱାର୍ଡ ସଦସ୍ୟ, (କ)ଜୋନରେ ୬ ଓ (ଖ) ଜୋନରେ ୪ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଅତି ସମ୍ବେଦନଶୀଳ ବୁଥରେ ଅଧିକ ପୁଲିସ ମୁତୟନ କରିବା ସହ ସିସିଟିଭି ଲଗାଇ ମତଦାନ କରାଯିବ ବୋଲି ପଞ୍ଚାୟତ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବିଡିଓ ସୁଧାକର ରଇତ ସୂଚନା ଦେଇଛନ୍ତି ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories