ପରଦାକୁ ଆସିଲା ଜେ.ପି ଦତ୍ତାଙ୍କ ‘ପଲଟନ୍‍’

0

ମୁମ୍ବଇ : ପ୍ରସିଦ୍ଧ ନିର୍ମାତା ନିର୍ଦେଶକ ଜେ.ପି ଦତ୍ତାଙ୍କ ବହୁ ପ୍ରତିକ୍ଷିତ ‘ପଲଟନ୍‍’  ମୁକ୍ତିଲାଭ କରିଛି। ୧୯୬୭ ମସିହାର ଭାରତ-ଚୀନ୍‍ ସଂଘର୍ଷ (ନାଥୁ ଲା ଓ ଚୋ ଲା ଯୁଦ୍ଧ)ର କହାଣୀକୁ ନେଇ ଏହି ସିନେମା ନିର୍ମାଣ ହୋଇଛି।

‘ପଲଟନ୍‍’ ଏକ ଯୁଦ୍ଧ ପୃଷ୍ଟଭୂମି ଉପରେ ଆଧାରିତ ସିନେମା।  ଏଥିରେ ଜ୍ୟାକୀ ଶ୍ରଫ୍‍, ଅର୍ଜୁନ ରାମ୍‍ପାଲ, ସୋନୁ ସୁଦ୍‍, ହର୍ଷବର୍ଦ୍ଧନ ରାଣେ, ମୋନିକା ଗିଲ୍‍, ଈଷା ଗୁପ୍ତା, ସୋନାଲ ଚୌହାନ, ଗୁରମିତ୍‍ ଚୌଧୁରୀ ପ୍ରମୁଖ ବିଭିନ୍ନ ଚରିତ୍ରରେ ରହିଛନ୍ତି। ଅନୁ ମଲ୍ଲିକଙ୍କ ସଂଗୀତ ଏହାର ଅନ୍ୟ ଏକ ଆକର୍ଷଣ।

ଦୀର୍ଘ ଦିନ ପରେ ଜେ.ପି ଦତ୍ତାଙ୍କ ଏହି ଫିଲ୍ମ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ରିଲିଜ ହେବାର ଦୁଇ ଦିନ ମଧ୍ୟରେ ଏହା ମଧ୍ୟମ ଧରଣର ବ୍ୟବସାୟ କରିଛି। ଅନେକଙ୍କୁ ଏହା ଭଳ ଲାଗିଛି। ଫିଲ୍ମ ସମୀକ୍ଷକ ମଧ୍ୟ ‘ପଲଟନ୍‍’କୁ ବେଶ ପ୍ରଶଂସା କରିଛନ୍ତି। ନାମୀଦାମୀ କଳାକାର ଏବଂ ବିରାଟ କାନଭାସ ଫିଲ୍ଭର ମୁଖ୍ୟ ଆକର୍ଷଣ। ତେବେ  ଯୁଦ୍ଧ ପୃଷ୍ଟଭୂମି ଉପରେ ନିର୍ମିତ  ଜେ.ପି ଦତ୍ତାଙ୍କ ପୂର୍ବ ଫିଲ୍ମ ’ବର୍ଡର’ ଏବଂ ’ଏଲଓସି କାରଗିଲ’ ଭଳି  ‘ପଲଟନ୍‍’କୁ ସଫଳତା ମିଳିବ ବୋଲି ସେ ଆଶା ରଖିଛନ୍ତି।

Leave A Reply