www.samajalive.in
Saturday, December 6, 2025
15.1 C
Bhubaneswar

ହାହାକାର ପରିସ୍ଥିତି ; ଅଟା ପାଇଁ ପାକିସ୍ତାନରେ ୧୪୪ ଧାରା ଜାରି

ଇସଲାମାବାଦ : ଗୋଟିଏ ପଟେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ବେଳେ ଅନ୍ୟ ପଟେ ପାକିସ୍ତାନରେ ଖାଦ୍ୟଦ୍ରବ୍ୟକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ପ୍ରସ୍ତୁତି ପାଇଁ ଅଟାର ଘୋର ଅଭାବ ଥିବାରୁ ଅଟା ଚୋରି ଆରମ୍ଭ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଅଟା ଚୋରିକୁ ରୋକିବା ପାଇଁ ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଧାରା ୧୪୪ ଲାଗୁ କରାଯାଇଛି। ଏକ ସରକାରୀ ଆଦେଶ ଜାରି କରି ସରକାର ଏଥିପାଇଁ ସୂଚନା ଦେଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ବାଲୁଚିସ୍ତାନରେ ଗହମ ଉତ୍ପାଦିତ ହେଉଛି। ପାକିସ୍ତାନରେ ଅଟା ଅଭାବ ଥିବାରୁ ବାଲୁଚିସ୍ତାନ ସରକାରଙ୍କ ଖାଦ୍ୟ ବିଭାଗ ରାଜ୍ୟରେ ଉତ୍ପାଦିତ ଗହମ କିମ୍ବା ଅଟା ଚୋରା ଚାଲାଣକୁ ରୋକିବା ପାଇଁ ସମଗ୍ର ରାଜ୍ୟରେ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଗହମ ଫସଲ ଉତ୍ପାଦନ ପର୍ଯ୍ୟନ୍ତ ରାଜ୍ୟରେ ଅଟା ଅଭାବ ନହେବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ପାକିସ୍ତାନର ହାହାକାର ପରିସ୍ଥିତି ମଧ୍ୟରେ ଖାଦ୍ୟ ସାମଗ୍ରୀର ମଧ୍ୟ ଘୋର ଅଭାବ ରହିଛି। ପାକିସ୍ତାନରେ ଅଟା ଏବଂ ଚିନିର ମୂଲ୍ୟ ଆକାଶଛୁଆଁ ହେଉଛି। ଜିନିଷର ମୂଲ୍ୟ ଅତ୍ୟଧିକ ବୃଦ୍ଧି କାରଣରୁ ପାକିସ୍ତାନର ଗରିବ ଲୋକଙ୍କ ପାଟିକୁ ଦାନା ମିଳିପାରୁ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନରେ ଚିନି ମୂଲ୍ୟ କିଲୋଗ୍ରାମରେ ୧୩୦-୨୦୦ ପାକିସ୍ତାନୀ ମୂଲ୍ୟରେ ପହଞ୍ଚିଛି। ଏଥିସହିତ ୨୦ କିଲୋଗ୍ରାମ ଅଟାର ମୂଲ୍ୟ ୨୬୦୦-୪୦୦୦ ଟଙ୍କାରେ ପହଞ୍ଚିଛି।
ରମଜାନ ମାସରୁ ପାକିସ୍ତାନରେ ଅଟା ଅଭାବ ରହିଛି। ପାକିସ୍ତାନରେ ଅଟା ମିଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି, ଯେଉଁଥିପାଇଁ ପାକିସ୍ତାନରେ ଅଟା ଅଭାବ ଦେଖାଦେଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories