ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ଅଦାଲତ ପରିସରରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜେଭାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୬ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ (ସସ୍ପେଣ୍ଡ )କରାଯାଇଛି। ଏହି ପୁଲିସ୍ କର୍ମଚାରୀମାନେ ଅଦାଲତ ପରିସରରେ ମୁତୟନ ହୋଇଥିଲେ। କାର୍ଯ୍ୟରେ ଅବହେଳା ଯୋଗୁ ଜେଭାଙ୍କ ମୃତ୍ୟୁ ଘଟିଥିବା ସେଣ୍ଟ୍ରାଲ ଲକ୍ଷ୍ନୌ ଡିସିପି ସୂଚନା ଦେଇଛନ୍ତି। ବୁଧବାର ଜେଭା ଅଦାଲତରେ ହାଜର ହୋଇଥିଲେ। ଓକିଲ ବେଶରେ ଥିବା ଜଣେ ବ୍ୟକ୍ତି ଅଦାଲତ ପରିସରରେ ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ବଳରାମପୁର ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



