www.samajalive.in
Saturday, December 6, 2025
26.1 C
Bhubaneswar

ପାକିସ୍ତାନରେ ଚୀନ୍ କରିଥିବା ନିବେଶ ସଙ୍କଟରେ,ଚୀନର ଚେତାବନୀ ପରେ ବି ମାନିଲେନି ଏବେ ଜଳୁଛି ପାକିସ୍ତାନ

ଇସଲାମବାଦ- ଏବେ ପାକିସ୍ତାନରେ ଭୟଙ୍କର ପରିସ୍ଥିତି ଦେଖା ଦେଇଛି . ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ପରେ ପାକିସ୍ତାନର ବିଭିନ୍ନ ସହରରେ ହିଂସା ଦେଖା ଦେଇଛି । ମଙ୍ଗଳବାରରେ ଇମରାନ୍ ଖାନଙ୍କ ଗିରଫଦାରୀ ପରେ ବିଭିନ୍ନ ସହରରେ ତାଙ୍କର ସମର୍ଥକମାନେ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି । ଇମରାନ୍ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ପାକିସ୍ତାନର ସବୁ ଅଞ୍ଚଳରେ ଫେସବୁକ୍, ଟ୍ବିଟର , ୟୁଟ୍ୟୁବକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଚୀନ୍ ପାକିସ୍ତାନ ସରକାରଙ୍କୁ ଇମ୍ରାନ ଖାନଙ୍କୁ ଗିରଫ ନ କରିବା ପାଇଁ ପରାମର୍ଶ ଦେଇଥିଲା । ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତାକୁ ନେଇ ଚୀନର ବିଦେଶ ମନ୍ତ୍ରୀ ଚିନ୍ତା ପ୍ରକଟ କରିଥିଲେ ।

ପାକିସ୍ତାନରେ ରାଜନୈତିକ ସ୍ଥିରତା ନ ଆସିଲେ ଏହାର ଉନ୍ନତି ହୋଇପାରିବ ନାହିଁ ବୋଲି କହିଥିଲେ । ଚୀନ ବିଦେଶ ମନ୍ତ୍ରୀ ଗତସପ୍ତାହରେ ପାକିସ୍ତାନ ଗସ୍ତରେ ଆସିଥିବା ସମୟରେ ଏହିସବୁ କଥା କହିଥିଲେ ।

- Advertisement -

ଏବେ ସେଠାରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି । ବିଭିନ୍ନ ସ୍ଥାନରେ ପୁଲିସ ସହ ଅର୍ଦ୍ଧସାମରିକବଳ ମୁତୟନ କରାଯାଇଛି । ଏହି ରାଜନୈତିକ ଅସ୍ଥିରତା ଯୋଗୁଁ ପାକିସ୍ତାନକୁ ଯଦି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଋଣ ମିଳିବ ନାହିଁ ତେବେ ପାକିସ୍ତାନ ଦେବାଳିଆ ଅବସ୍ଥାକୁ ଚାଲିଯିବ । ପାକିସ୍ତାନରେ ଏବେ ବିରୋଧ ପ୍ରଦର୍ଶନ ଯୋଗୁଁ ବିଭିନ୍ନ ସହରରେ ଅଶାନ୍ତି ଦେଖାଦେଇଛି । ପାକିସ୍ତାନ ଗୃହଯୁଦ୍ଧ ଆଡକୁ ମୁହାଁଉଥିବା କୁହାଯାଉଛି । ପାକିସ୍ତାନରେ ଚୀନ୍ କରିଥିବା ନିବେଶ ସଙ୍କଟରେ ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories