www.samajalive.in
Saturday, December 6, 2025
16.1 C
Bhubaneswar

ଜାଣି ରଖନ୍ତୁ ଏହି ବାସ୍ତୁ ଉପାୟ ; ନଚେତ୍‌‌ ଲାଗି ରହେ କଳହ..

ବାସ୍ତୁ ଶାସ୍ତ୍ରରେ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ, କିଛି ସରଳ ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ..
ଘରେ ହଂସ ଯୋଡା, ହିମାଳୟ, ବଂଶୀ କିମ୍ବା ଶଙ୍ଖର ଫଟୋ ଲଗାନ୍ତୁ।
ଘରେ ନିୟମିତ ସନ୍ଧ୍ୟା ସମୟରେ ଦୀପରେ ଘିଅ ଓ କର୍ପୂର ଦେଇ ଲଗାନ୍ତୁ।
ଶୟନ କକ୍ଷ ଘରର ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର – ପଶ୍ଚିମରେ ହେବା ଉଚିତ।
ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ପାଦ ରଖି ଶୁଅନ୍ତୁ ନାହିଁ।
ଝରକାକୁ ଲଗାଇ ଖଟ ରଖନ୍ତୁ ନାହିଁ। ଖଟର ଗଦିକୁ ବିଭାଜିତ ନହୋଇ ଗୋଟିଏ ହିଁ କିଣନ୍ତୁ। ଯେପରି ଗଦି ମଧ୍ୟ ଭାଗରୁ ଅଲଗା ହୋଇ ନଥିବ।
କାନ୍ଥରୁ ରଙ୍ଗ ଛାଡିଥିଲେ କିମ୍ବା କାନ୍ଥ ନଷ୍ଟ ହୋଇଥିଲେ, ତୁରନ୍ତ ଏହାର ମରାମତି କରନ୍ତୁ। ଖଟ ସମ୍ମୁଖରେ କଦାପି ଆଇନା ରଖନ୍ତୁ ନାହିଁ।
ଭଙ୍ଗା ପଲଙ୍କ ବା ଖଟ ବ୍ୟବହାର କରନ୍ତୁ ନାହିଁ। ଖଟ ସର୍ବଦା ଚାରିକଣିଆ ଆକାରର ହିଁ ବ୍ୟବହାର କରନ୍ତୁ।
ଶୟନ କକ୍ଷରେ ଲାଲ ରଙ୍ଗର ବଲବ ରଖନ୍ତୁ ନାହିଁ। ନୀଳ ରଙ୍ଗର ରଖି ପାରିବେ।
ଶୟନ କକ୍ଷରେ ଝାଡୁ, ଜୋତା-ଚପଲ, ବୈଦ୍ୟୁତିକ ଜିନିଷ, ଭଙ୍ଗା ଓ ଶବ୍ଦ ହେଉଥିବା ପଙ୍ଖା, ଛିଣ୍ଡା ପୋଷାକ, ପ୍ଲାଷ୍ଟିକ ଜିନିଷ ରଖନ୍ତୁ ନାହିଁ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories