www.samajalive.in
Tuesday, December 9, 2025
26.1 C
Bhubaneswar

୨୦୧୯ ନିର୍ବାଚନ ପରେ ଭାରତ-ପାକିସ୍ତାନ ଶାନ୍ତି ଆଲୋଚନା ପାଇଁ ଇମ୍ରାନ୍‍ଙ୍କ ଯୋଜନା

ରିୟାଧ : ଗୋଟିଏ ପଟେ ପାକିସ୍ତାନୀ ଆତଙ୍କବାଦୀମାନେ ସୀମାରେ ରକ୍ତର ହୋଲି ଖେଳୁଥିବା ବେଳେ ଅନ୍ୟପଟେ ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ ଶାନ୍ତି ଆଲୋଚନା ପାଇଁ ବ୍ୟଗ୍ର ଥିବା ଦର୍ଶାଉଛନ୍ତି। ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷ ହେବା ପରେ ଭାରତ ସହିତ ସେ ଶାନ୍ତି ଆଲୋଚନା କରିବେ ବୋଲି ଇମ୍ରାନ ମଙ୍ଗଳବାର କହିଛନ୍ତି। ସାଉଦୀ ଆରବୀୟ ନିବେଶ ସମ୍ମିଳନୀରେ ଯୋଗ ଦେଇ ଇମ୍ରାନ କହିଛନ୍ତି, ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ଭାରତକୁ ଶାନ୍ତିର ହାତ ବଢାଇବାକୁ ସେ ପ୍ରଥମେ ଉଦ୍ୟମ କରିଥିଲେ। ମାତ୍ର ଭାରତ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏବେ ପୁନଃ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କାରିବା ଲାଗି ପାକିସ୍ତାନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ। ଉଲ୍ଲେଖ ଯେ ସେପ୍ଟେମ୍ବରରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିଲା। ମାତ୍ର ଆତଙ୍କବାଦୀ ଆକ୍ରମଣକୁ କେନ୍ଦ୍ର କରି ଭାରତ ଉକ୍ତ ବୈଠକ ରଦ୍ଦ କରିଥିଲା। ନ୍ୟୁୟର୍କଠାରେ ଅନୁଷ୍ଠିତ ଏକ ସମ୍ମିଳନୀ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ବକ୍ତବ୍ୟ ଶେଷ କରି ଅଧାରୁ ଚାଲିଆସିବାରୁ ପାକିସ୍ତାନ ପ୍ରତିପକ୍ଷ ତାଙ୍କୁ କଡ଼ା ନିନ୍ଦା କରିଥିଲେ। ଆତଙ୍କବାଦ ବନ୍ଦ ନ କରିବା ଯାଏ ପାକିସ୍ତାନ ସହିତ କୌଣସି ଆଲୋଚନା କରାଯିବ ନାହିଁ ବୋଲି ଭାରତ କହିଆସୁଛି। ମାତ୍ର ଆର୍ଥାଭାବରେ ପଡ଼ିଥିବା ପାକିସ୍ତାନ ନିଜର ପଡୋଶୀ ରାଷ୍ଟ୍ରଗୁଡିକ ସହିତ ସମ୍ପର୍କ ସୁଧାରିବାକୁ ଆରମ୍ଭ କରିଥିବା ଉଦ୍ୟମ କ୍ରମେ ଭାରତ ସହିତ ଆଲୋଚନା ପାଇଁ ବ୍ୟଗ୍ର ଥିବା କୁହାଯାଉଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories