www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନୀ ଡାକ୍ତରୀ ଡିଗ୍ରୀଧାରୀଙ୍କୁ ଭାରତରେ ମିଳିବନି ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନରୁ ଡାକ୍ତରୀ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ବୃତ୍ତି ପାଇଁ ଅନୁମତି ମିଳିବ ନାହିଁ। ଏ ସମ୍ପର୍କରେ ଭାରତୀୟ ଡାକ୍ତରୀ ପରିଷଦ (ଏମ୍‌ସିଆଇ) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଡାକ୍ତରୀ ନୁହେଁ; ପାକିସ୍ତାନୀ ମେଡିକାଲ କଲେଜର ଯେ କୌଣସି ଡିଗ୍ରୀ ଭାରତରେ ବେଆଇନ ହେବ। କାଶ୍ମୀରର ବହୁ ଛାତ୍ରଛାତ୍ରୀ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ସ୍ଥିତ ମେଡିକାଲ କଲେଜରେ ଡାକ୍ତରୀ ପଢ଼ୁଛନ୍ତି। ଏହି ଅଞ୍ଚଳକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରିରଖିଥିବାରୁ ଏଠାକାର ​ମେଡିକାଲ କଲେଜରୁ ଡିଗ୍ରୀ ବେଆଇନ। ଏହି ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ପଞ୍ଜୀକରଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। ଏମ୍‌ସିଆଇର ଏଭଳି ନିଷ୍ପତ୍ତି ଦ୍ବାରା ଉକ୍ତ ଛାତ୍ରଛାତ୍ରୀ ପ୍ରଭାବିତ ହେବେ।

ଏମ୍‌ସିଆଇ ବିଜ୍ଞପ୍ତିରେ କୁହାଯାଇଛି ଯେ ପିଓକେ ସମେତ ଜମ୍ମୁ-କାଶ୍ମୀର ଓ ଲଦାଖ ପୂୂର୍ଣ୍ଣାଙ୍ଗ ଭାବେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନ ଏହାକୁ ବେଆଇନ ଭାବେ ନିଜର ବୋଲି ଦାବି କରୁଛି; ତେଣୁ ସେହି ଅଞ୍ଚଳରେ ପାକିସ୍ତାନ ଦ୍ବାରା ପ୍ରତିଷ୍ଠିତ ଓ ପରିଚାଳିତ ମେଡିକାଲ କଲେଜଗୁଡ଼ିକ ଏମ୍‌ସିଆଇ ଦ୍ବାରା ଅନୁବନ୍ଧିତ ନ ଥିବାରୁ ବେଆଇନ। ଏଭଳି ମେଡିକାଲ କଲେଜକୁ ଭାରତ ସରକାରଙ୍କ ଅନୁମତି ହାସଲ କରିବାକୁ ପଡ଼ିବ। ଏମ୍‌ସିଆଇ ସହିତ ଏଗୁଡ଼ିକୁ ପଞ୍ଜିକୃତ ଓ ଅନୁବନ୍ଧିତ ହେବାକୁ ପଡ଼ିବ ବୋଲି ମହାସଚିବ ଆର.କେ ବତ୍ସ କହିଛନ୍ତି। ଏହି ବିଜ୍ଞପ୍ତି ଆଧାରରେ ଜମ୍ମୁ-କାଶ୍ମୀର ମେଡିକାଲ କାଉନସିଲ ପକ୍ଷରୁ ସାନି ମାର୍ଗଦର୍ଶିକା ଜାରି କରାଯାଇଛି। ସେହି ଅନୁସାରେ ଯେ କୌଣସି ଦେଶରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଯାଞ୍ଚ ହେବ ବୋଲି କହିଛନ୍ତିି ଏହାର ସଭାପତି ଡଃ ସଲିମ ଉର୍‌ ରେହମନ। ସୂଚନାଯୋଗ୍ୟ ଯେ ପିଓ​କେ‌ରେ ଥିବା ମେଡିକାଲ କଲେଜରେ କାଶ୍ମୀର ଛାତ୍ରଛାତ୍ରୀଙ୍କ ପାଇଁ ପାକିସ୍ତାନ ସରକାରଙ୍କ ପକ୍ଷରୁ ରହିଥିବା ସଂରକ୍ଷଣ ବ୍ୟବସ୍ଥାର ସୁଯୋଗ ନେଇ ଏଠାକାର ବହୁ ଛାତ୍ରଛାତ୍ରୀ ସେଠାକୁ ପଢ଼ିବା ପାଇଁ ଯାଇଥାଆନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories