www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ଗେହଲଟଙ୍କ ଅଗ୍ନିପରୀକ୍ଷା, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ରାଜସ୍ଥାନରେ କ୍ଷମତାଶୀନ ଅଶୋକ ଗେହଲଟଙ୍କ କଂଗ୍ରେସ ସରକାର ପାଇଁ ପୁଣି ଅଡୁଆ ବଢ଼ିଛି। ଆଜିଠାରୁ ରାଜ୍ୟ ବିଧାନସଭାର ଅଧିବେଶନ ବସିବ। ତେବେ ଅଧିବେଶନ ଆରମ୍ଭରୁ ବିଜେପି କଂଗ୍ରେସ ସରକାର ବିରୋଧରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ବିଜେପି ଦାବି କରିଛି ଯେ ଗେହଲଟ ନିଜ ସରକାର ବଞ୍ଚାଇପାରିବେ ନାହିଁ। କଂଗ୍ରେସ ଭିତରେ ରହିଥିବା ଅସନ୍ତୋଷ ଯୋଗୁ ସରକାର ଭାଙ୍ଗିଯିବ ବୋଲି ବିଜେପି ନେତାମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ଗୁରୁବାର ବିଜେପିର ବିଧାୟକଦଳ ବୈଠକରେ ଅନାସ୍ଥା ପ୍ରସ୍ତାବ ନେଇ ଘୋଷଣା କରାଯାଇଥିଲା। ଫଳରେ ବହୁମତ ସାବ୍ୟସ୍ତ କରିବା ହେଗଲଟଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିୟା କହିଛନ୍ତି ଯେ, କଂଗ୍ରେସ ନିଜ ଘରେ କନା ସିଲେଇ କରି ଯୋଡ଼ିବାକୁ ଚାହୁଁଛି। କିନ୍ତୁ କନା ଫାଟି ଯାଇଛି। ଏ ସରକାର ଖୁବଶୀଘ୍ର ଭାଙ୍ଗିବାକୁ ଯାଉଛି। ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ଯେ, କଂଗ୍ରେସ ସରକାର ନିଜ ଭିତରେ ଥିବା ବିରୋଧାଭାସରେ ଭାଙ୍ଗିବ। ବିଜେପି ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି। କିନ୍ତୁ କଂଗ୍ରେସ ଘରେ ଚାଲିଥିବା ଝଗଡ଼ାରେ ବିଜେପି କିଛି ଲେନ୍‌ଦେନ୍‌ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories