www.samajalive.in
Monday, December 8, 2025
13.1 C
Bhubaneswar

ଆଇଏସଆଇ ଟାର୍ଗେଟରେ ବିଜେପି ଓ ଆରଏସଏସ ନେତା, ସୁରକ୍ଷାର ସମୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଟାର୍ଗେଟରେ ରହିଛନ୍ତି ଭାରତର ବିଜେପି ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ନେତା। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ବିଜେପି ଏବଂ ଆରଏସଏସ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ସମେତ ସୁରକ୍ଷା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି। ବିଶେଷ କରି ଅଯୋଧ୍ୟାରେ ଗତ ୫ ତାରିଖରେ ରାମ ମନ୍ଦିରର ଭୂମି ପୂଜନ ପରେ ବିଜେପି ଓ ଆରଏସଏସ ନେତାମାନଙ୍କ ପ୍ରତି ଆଇଏସଆଇ ତରଫରୁ ବିପଦ ରହିଥିବା କୁହାଯାଇଛି।

ଭାରତୀୟ ଗୁଇନ୍ଦା ବିଭାଗ ତଥ୍ୟ ଅନୁସାରେ, ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦିଲ୍ଲୀ, ଏନସିଆର, ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ଜାମ୍ମୁ-କାଶ୍ମୀର ସମେତ ଅନେକ ରାଜ୍ୟରେ ବିଜେପି ଓ ଆରଏସଏସ ନେତାମାନଙ୍କୁ ଟାର୍ଗେଟ କରିପାରେ। ସ୍ପେଶାଲ୍‌ ସେଲ୍‌ର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଗୁଇନ୍ଦା ବିଭାଗ ବିଜେପି ଓ ଆରଏସଏସ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାର ଅଡିଟ୍‌ କରିବାକୁ କହିଛି। ଏପରି ପରିସ୍ଥିତିରେ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ ଏହି ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ଆରମ୍ଭ କରିଛି। ଆଇଏସଆଇ ଯେକୌଣସି ପରିସ୍ଥିତିରେ ବିଜେପି ଓ ଆରଏସଏସ ନେତାମାନଙ୍କ ଉପରେ ଆକ୍ରମଣ କରିପାରେ ବୋଲି ଗୁଇନ୍ଦା ବିଭାଗ କହିଛି। ଏପରି କି ଆଇଏସଆଇ ଭାରତର ଅପରାଧୀଙ୍କ ଏହି କାର୍ଯ୍ୟରେ ନିୟୋଜିତ କରିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories