www.samajalive.in
Saturday, December 6, 2025
14.1 C
Bhubaneswar

ୟୁ-ଟ୍ୟୁବରୁ ପାକିସ୍ତାନୀ ଗାୟକଙ୍କ ଗୀତ କାଟିଲା ଟି-ସିରିଜ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣା ପରେ ଭାରତର କଳାଜଗତ ସହ ଜଡ଼ିତ ପାକିସ୍ତାନୀ ବ୍ୟକ୍ତିବିଶେଷଙ୍କ ଉପରେ କଟକଣା ଲାଗିବା ଆରମ୍ଭ ହୋଇଛି। ଲୋକପ୍ରିୟ ସୋସିଆଲ ମିଡିଆ ୟୁ-ଟ୍ୟୁବରୁ ପାକିସ୍ତାନୀ ଗାୟକମାନଙ୍କର ଗୀତଗୁଡ଼ିକୁ ଟି-ସିରିଜ ପକ୍ଷରୁ ପ୍ରତ୍ୟାହାର କରିଦିଆଯାଇଛି। ଆକ୍ରମଣ ଘଟଣା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ରାଜ ଥାକରେ ସଙ୍ଗୀତଭିତ୍ତିକ କମ୍ପାନୀଗୁଡ଼ିକୁ ଏ ଦିଗରେ ପଦକ୍ଷେପ ନେବା ସହ ପାକିସ୍ତାନୀ ଗାୟକମାନଙ୍କୁ କାର୍ଯ୍ୟ ନ ଦେବାକୁ ଚେତାବନୀ ଦେଇଥିଲେ। ଏମଏନଏସର ଚିତ୍ରାପଟ ସେନା ମୁଖ୍ୟ ଆମି ଖୋପକାର କହିଛନ୍ତି, ପାକିସ୍ତାନୀ କଳାକାରଙ୍କ ସହିତ କାମ ନ କରିବା ଲାଗି ଆମେ ଟି-ସିରିଜ, ସୋନି ମ୍ୟୁଜିକ, ଭେନସ, ଟିପ୍ସ ମ୍ୟୁଜିକ ଆଦି କମ୍ପାନୀଗୁଡ଼ିକୁ କହିଛୁ। କମ୍ପାନୀଗୁଡ଼ିକ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ନିକଟରେ ଭୁଷଣ କୁମାରଙ୍କ ଟି-ସିରିଜ କମ୍ପାନୀ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନ ଏବଂ ଅତିଫ ଅସଲାମଙ୍କ ସହ ମିଶି କାର୍ଯ୍ୟ ଆରମ୍ଭ କରିଥିଲା। ଏମଏନଏସର ଚେତାବନୀ ପରେ କମ୍ପାନୀ ପକ୍ଷରୁ ଉକ୍ତ ଦୁଇ ଗାୟକଙ୍କ ଗୀତକୁ କମ୍ପାନୀର ୟୁ-ଟ୍ୟୁବ ଚ୍ୟାନେଲରୁ କାଟି ଦିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୬ରେ ଉରି ଆକ୍ରମଣ ପରେ ଏମଏନଏସ ପକ୍ଷରୁ ୪୮ ଘଣ୍ଟା ମଧ୍ୟରେ ସମସ୍ତ ପାକସ୍ତାନୀ କଳାକାରଙ୍କୁ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories