www.samajalive.in
Saturday, December 6, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ୟାନସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ

ବାରଙ୍ଗ : ଓଡ଼ିଶା ପାଇଁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବାର ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଉପକଣ୍ଠ ବାରଙ୍ଗର ରତାଗଡ଼ରେ କ୍ୟାନସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟ ସହାୟତାରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ସୂଚନା ମିଳିଛି। ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲ ଶୈଳୀରେ ଏହା ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ପ୍ରଦାନ କରିଛନ୍ତି। ଏହି ହସ୍ପିଟାଲ ପାଇଁ ୮ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୫୦୦ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ରେ ଅଙ୍କୋ ମେଡିସିନ୍, ଅଙ୍କୋ ସର୍ଜରୀ, ରେଡିଏସନ୍ ଥେରାପି ଓ କେମୋଥେରାପି ସୁବିଧା ଉପଲବ୍ଧ ହେବ। ରତାଗଡ଼ ଲେଙ୍କା ସାହିଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ କ୍ୟାନସର ରୋଗୀଙ୍କର ଚିକିତ୍ସା ପାଇଁ ଏହି ହସ୍ପିଟାଲ ବିଶେଷ ସହାୟକ ହେବ। ଏହି ରୋଗର ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ ଆଉ ଓଡ଼ିଶା ବାହାର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସମାବେଶରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏହି ହସ୍ପିଟାଲ ଓ ଗବେଷଣା କେନ୍ଦ୍ରରେ କ୍ୟାନସର ସଂକ୍ରାନ୍ତ ସମସ୍ତ ପ୍ରକାର ଚିକିତ୍ସା ଉପଲବ୍ଧ ହେବ। ରୋଗୀଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସମାବେଶରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଟାଟା ଗ୍ରୁପ୍‍ର ଉପଦେଷ୍ଟା ରତନ ଟାଟା ଓଡ଼ିଶାରେ ଟାଟା ଗ୍ରୁପ୍‍ ପକ୍ଷରୁ ପ୍ରାୟ ହଜାରେ କୋଟି ଟଙ୍କା ନିବେଶ କରାଯାଇଛି ଏବଂ ଆଗାମୀ ଦିନରେ ଏହିଭଳି ନିବେଶ ଜାରି ରହିବ ବୋଲି କହିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories