www.samajalive.in
Saturday, December 6, 2025
26.1 C
Bhubaneswar

ଚୀନକୁ ଖୁସି କରିବାକୁ ପାକିସ୍ତାନ ପାଳୁଛି ଗଧ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଆମେରିକା ପରି ରାଷ୍ଟ୍ର ଯେତେବେଳେ ଆର୍ଥିକ ସହଯୋଗର ହାତ ଉଠାଇ ନେଇଛି ସେତେବେଳେ ଏକମାତ୍ର ବିକଳ୍ପ ଭାବେ ଉକ୍ତ ରାଷ୍ଟ୍ରକୁ ସହାୟତାର ହାତ ବଢାଇଛି ଚୀନ। ପାକିସ୍ତାନ ମଧ୍ୟ ଚୀନକୁ ଖୁସି କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହିଁ। ଏହି ପ୍ରକ୍ରିୟାରେ ପାକିସ୍ତାନ ଦୀର୍ଘ କିଛି ବର୍ଷ ଧରି ଦେଶରେ ଗଧ ସଂଖ୍ୟା ବୃଦ୍ଧି କରି ଚାଲିଛି। ପରିସ୍ଥିତି ଏପରି ଯେ, ସର୍ବାଧିକ ଗଧ ସଂଖା ଅନୁପାତରେ ପାକିସ୍ତାନ ତୃତୀୟ ବୃହତ ରାଷ୍ଟ୍ରରେ ପରିଣତ ହୋଇ ଯାଇଛି। ପାକ୍‍ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗଧ ଅନୁପାତରେ ଏବେ ମଧ୍ୟ ଚୀନ ଓ ଇଥିଓପିଆ ଏବେ ମଧ୍ୟ ପାକିସ୍ତାନ ଆଗରେ ରହିଛନ୍ତି।
ଚଳିତ ବର୍ଷ ପାକିସ୍ତାନର ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ମଧ୍ୟ ଦେଶରେ ଗଧ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରାଯାଇଛି। ବିଗତ ଏପ୍ରିଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ୧ଲକ୍ଷ ଗଧ ଅଧିକ ବୃଦ୍ଧି ପାଇଛନ୍ତି। ଏହି ରିପୋର୍ଟ ମୁତାବକ ଉପରୋକ୍ତ ଆର୍ଥିକ ବର୍ଷରେ ପାକିସ୍ତାନରେ ଗଧ ସଂଖ୍ୟା ବୃଦ୍ଧି ପାଇଁ ମୋଟ୍‍ ୫୩ଲକ୍ଷରେ ପହଞ୍ôଚଛନ୍ତି। ୨୦୧୫-୧୬ ଆର୍ଥିକ ବର୍ଷରେ ପାକିସ୍ତାନରେ ଗଧ ସଂଖ୍ୟା ୫୨ଲକ୍ଷ ଥିଲା। ପାକିସ୍ତାନରେ ଗଧ ସଂଖ୍ୟାରେ ବୃଦ୍ଧି କରିବା ବ୍ୟାପକ ହୋଇଯାଇଛି। ପାକିସ୍ତାନରେ ବିକ୍ରି ହେଉଥିବା ଗଧର ସର୍ବାଧିକ ସଂଖ୍ୟାରେ ଚୀନ କ୍ରୟ କରୁଛି। ଚୀନରେ ଗଧର ଚମଡ଼ା ସର୍ବାଧିକ ବ୍ୟବହୃତ ହୋଇଥାଏ। ଏପରିକି ଗଧ ଚମଡ଼ାରେ ଜିଲେଟିନ ମଧ୍ୟ ନିର୍ମାଣ କରାଯାଉଛି। ପୂରାକାଳରେ ଗଧ ଚମଡ଼ା ରକ୍ତ ସଂଞ୍ଚାଳନ କ୍ଷେତ୍ରରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବା ଉଲ୍ଲେଖ ରହିଛି। ଏପରିକି ଚୀନରେ ଗଧ ମାଂସର ବେଶ୍‍ ଚାହିଦା ରହିଛି। ଆମଦାନୀଠାରୁ ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚୀନ ପରି ଦେଶ ପାକିସ୍ତାନକୁ ଗଧ ଚାଷ କରିବାକୁ ପରାମର୍ଶ ଦେଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories