ପାକ୍‌ ଗୁପ୍ତଚର ଗିରଫ

0

ଅମୃତସର : ପଞ୍ଜାବ ପୁଲିସ ଶୁକ୍ରବାର ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ରବି କୁମାର ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସାତ ମାସ ପୂର୍ବେ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ରବି କୁମାରକୁ ଫେସବୁକ୍‌ ଜରିଆରେ ନିଯୁକ୍ତ କରାଯାଇଥିବା ଜଣାପଡିଛି। ରବି ନିକଟରୁ ଭାରତର ବିଭିନ୍ନ ସାମରିକ ଘାଟିର ଫଟୋଚିତ୍ର, ନକ୍ସା ଇତ୍ୟାଦି ଜବତ କରାଯାଇଛି। ରବି ନିୟମିତଭାବେ ପାକ୍‌ ଗୁଇନ୍ଦା ଅଧିକାରୀଙ୍କ ସହ ଫୋନ ଓ ଇଣ୍ଟରନେଟ୍‌ ଜରିଆରେ ଯୋଗସୂତ୍ର ରଖୁଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଛି। ଏପରିକି ରବି ଚଳିତବର୍ଷ ଫେବୃଆରୀରେ ଦୁବାଇ ବୁଲିଯାଇଥିବାବେଳେ ଆଇଏସଆଇ ସମସ୍ତ ଖର୍ଚ୍ଚ ବହନ କରିଥିଲା। ସେଠାରେ ଅବସ୍ଥାନ କାଳରେ ଆଇଏସଆଇ ଅଧିକାରୀମାନେ ରବିକୁ ଗୁପ୍ତଚର କାର୍ଯ୍ୟରେ ପ୍ରଶିକ୍ଷଣ ଦେଇଥିଲେ।

Leave A Reply