www.samajalive.in
Saturday, December 6, 2025
26.1 C
Bhubaneswar

ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିରୁ ପାକିସ୍ତାନରେ ହାହାକାର, ବୁଡ଼ିଲା ସେୟାର ବଜାର

ନୂଆଦିଲ୍ଲୀ/ଇସଲାମାବାଦ : ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ପାକିସ୍ତାନ ଉପରେ ପଡିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହା ସୋମବାର ରାଜ୍ୟସଭାରେ ଜାମ୍ମୁ କାଶ୍ମୀର ସମ୍ପର୍କିତ ୨ଟି ବିଧେୟକ ଓ ୨ ଟି ପ୍ରସ୍ତାବ ଆଗତ କରିଥିଲେ। ଏହା ମଧ୍ୟରେ ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ର ଉଚ୍ଛେଦ, ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୫-କ’ର ଉଚ୍ଛେଦ, ଜାମ୍ମୁ କାଶ୍ମୀରରୁ ଲଦାଖକୁ ବିଭାଜିତ କରି ୨ଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ପାଇଁ ପ୍ରସ୍ତାବ ରହିଛି। ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନର ଚିନ୍ତା ବଢାଇ ଦେଇଛି।
ଅମିତ ଶହାଙ୍କ ଭାଷଣ ପରେ ପାକିସ୍ତାନର ସେୟାର ବଜାର ଚଳିତ ବର୍ଷର ସର୍ବନିମ୍ନସ୍ତରକୁ ଖସି ଆସିଛି। ସୋମବାର ପାକିସ୍ତାନ ସେୟାର ବଜାରର ପ୍ରମୁଖ ବେଞ୍ଚମାର୍କ ସୂଚକାଙ୍କ କେଏସ୍‍ଇ-୧୦୦ ପାଖାପାଖି ୬୦୦ ଅଙ୍କ ବା ପଏଣ୍ଟ ହ୍ରାସ ପାଇ ୩୧ ହଜାର ୧୦୦ ପଏଣ୍ଟରେ ରହିଛି। ଗତ କାରବାର ତୁଳନାରେ ପାକିସ୍ତାନ ସେୟାର ବଜାରରେ ୧.୭୫%ରୁ ଅଧିକ ହ୍ରାସ ପରିଲକ୍ଷିତ ହୋଇଛି। ଏହା ପୂର୍ବରୁ ଭାରତ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ କରିବା ପରେ ପାକିସ୍ତାନ ସେୟାର ବଜାର କାରବାରରେ ହ୍ରାସ ଘଟିଥିଲା।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories