www.samajalive.in
Saturday, December 6, 2025
26.1 C
Bhubaneswar

ଏହି କାର୍ଯ୍ୟ କଲେ ସୌଭାଗ୍ୟବତୀ ହୁଏ ନାରୀ

ନାରୀଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଏ। ନାରୀଟିର ଆଚାର, ବ୍ୟବହାର ଓ ଲକ୍ଷଣ ଉପରେ ନ୍ୟସ୍ତ ରହିଛି,ପରିବାରର ସଦସ୍ୟଙ୍କ ସଫଳତା। ଏପରି କିଛି ସାଧାରଣ କଥା ରହିଛି ଯାହା ପ୍ରତି ଧ୍ୟାନ ଦେଲେ ଗୃହକୁ ମଧ୍ୟ ସ୍ୱର୍ଗ ସଦୃଶ କରିପାରିବ ନାରୀ। ଜାଣନ୍ତୁ ସେଭଳି କେତେକ କଥା ବିଷୟରେ ….
ନାରୀ ମାନେ ପ୍ରତିଦିନ ପ୍ରାତଃ ସ୍ନାନ କରି ଭଗବାନଙ୍କୁ ଓ ନିଜ ଇଷ୍ଟଦେବାଦେବୀଙ୍କୁ ପ୍ରଣାମ କରିବା ଉଚିତ। ଏହାଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତି ଲାଗି ରହେ।
ପ୍ରତିଦିନ ସକାଳ ପୂଜା କାର୍ଯ୍ୟ ପରେ ପ୍ରଥମେ ନିଜ ଠାରୁ ବଡ଼ ମାନଙ୍କୁ ପ୍ରଣାମ କରିବା ଉଚିତ।
ଏହା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତି ହୋଇଥାଏ।
ନିଜ ସ୍ୱାମୀଙ୍କୁ ମଧ୍ୟ ପ୍ରତିଦିନ ପ୍ରଣାମ କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ନାରୀ ମାନେ ଜୋରରେ ହସିବା, ରାସ୍ତାରେ ଅଥବା ଘରେ ବଡ଼ ପାଟିରେ କଥା ହେବା ଦ୍ୱାରା ଗୃହରେ ଳକ୍ଷ୍ମୀଙ୍କ ବାସ ହୋଇ ନଥାଏ ଓ ଧନହାନୀ ମଧ୍ୟ ହୋଇଥାଏ।
ଗାଧୋଇବା ପରେ ରୋଷେଇ ଗୃହରେ ପ୍ରବେଶ କରିବା ଉଚିତ ଅଥବା ରାତିରେ ପିନ୍ଧିଥିବା ଲୁଗାପଟା ବଦଳାଇ ଅଲଗା ଲୁଗା ପିନ୍ଧି ରୋଷେଇ ଘରେ ପ୍ରବେଶ କରିବା ଉଚିତ।
ପିଲା ମାନଙ୍କ ଉପରେ ଅଯଥାରେ ରାଗିବା ମଧ୍ୟ ଅନୁଚିତ।
ନିଜ କାର୍ଯ୍ୟକୁ ସର୍ବଦା ଖୁସିରେ ଓ ଆଗ୍ରହ ସହ କଲେ ଗୃହରେ ଆନନ୍ଦର ବାତାବରଣ ରହିଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories