www.samajalive.in
Saturday, December 6, 2025
16.1 C
Bhubaneswar

ଏସସିଓ ବୈଠକରେ ଅଂଶଗ୍ରହଣ କରିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍‌‌ ଆଭାସୀ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ( ଏସସିଓ) ବୈଠକରେ ଅଂଶଗ୍ରହଣ କରିବେ। ଜୁଲାଇ ୪ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ପାକିସ୍ତାନର ବୈଦେଶିକ ବିଭାଗ ମୁଖପାତ୍ର ମମତାଜ ଜହରା ବାଲୋଚ କହିଛନ୍ତି’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପାକିସ୍ତାନକୁ ଆନୁଷ୍ଠାନିକ ଆମନ୍ତ୍ରଣ ପଠାଯାଇଛି। ପୂର୍ବରୁ ପାକିସ୍ତାନ ଏସସିଓ ଭର୍ଚୁଆଲ(ଆଭାସୀ) ଶିଖର ବୈଠକରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିଲା। ଜୁଲାଇ ୪ ତାରିଖର ଏହି ବୈଠକ ଭର୍ଚୁଆଲ ଉପାୟରେ ହେବା କଥା ଭାରତ ପୂର୍ବରୁ କହିଛି। ଗତ ବର୍ଷ ସେପ୍ଟେମ୍ବର ମାସର ବୈଠକ ପରେ ଭାରତ ଏସସିଓର ଅଧ୍ୟକ୍ଷ ପଦ ଗ୍ରହଣ କରିଛି।

ଭାରତ ଅଧ୍ୟକ୍ଷତାରେ ଏସସିଓର ୨୨ତମ ଶିଖର ବୈଠକ ଜୁଲାଇ ମାସରେ ଆରମ୍ଭ ହେବ। ଏଥିରେ ଚୀନ୍‌‌, ରୁଷ, କାଜାଖସ୍ତାନ, କିର୍‌‌ଗିଜ୍‌‌ସ୍ତାନ, ପାକିସ୍ତାନ, ତାଜିକିସ୍ତାନ ଓ ଉଜ୍‌‌ବେକିସ୍ତାନ ଭଳି ସମସ୍ତ ସଦସ୍ୟ ଦେଶମାନେ ଯୋଗଦେବାକୁ ସେମାନଙ୍କୁ ଆମନ୍ତ୍ରଣ କରାଯାଇଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories