www.samajalive.in
Sunday, December 7, 2025
16.1 C
Bhubaneswar

ଡ଼େବ୍ରିଗଡ଼ ଅଭୟାରଣ୍ୟରେ ତୃଣଭୋଜୀ ଏବଂ ମାଂସାହାରୀ ପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି

ବୁର୍ଲା : ହୀରାକୁଦ ନଦୀବନ୍ଧ କୁଳରେ ଥିବା ଡ଼େବ୍ରିଗଡ଼ ୩୫୦ ବର୍ଗକିଲୋମିଟର ପରିମିତ ଡ଼େବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ଗଣନା ସମ୍ପୁର୍ଣ୍ଣ ହୋଇଛି। ଏଥିରେ ଉଭୟ ତୃଣଭୋଜୀ ଏବଂ ମାଂସାହାରୀ ବନ୍ୟଜନ୍ତୁଙ୍କ ଗଣନା କରାଯାଇଥିଲା। ଗଣନା ଗତମାସ ବୈଜ୍ଞାନିକ ଏବଂ ବୈଷୟିକ ପଦ୍ଧତିରେ ଛଅଦିନ ଧରି ଏହି ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ ପ୍ରତି ବର୍ଗକିଲୋମିଟରରେ ତୃଣଭୋଜୀ ପ୍ରାଣୀ ଯଥା ହରିଣ, ବରାହ, ସମ୍ବର, ଚଉସିଂହା, ଚିତ୍ତଳ, ଗୟଳ ପ୍ରଭୃତି ବନ୍ୟଜନ୍ତୁଙ୍କ ଘନତା ୪୬ ରହିଥିବା ବେଳେ ପ୍ରତି ବର୍ଗକିଲୋମିଟରରେ ଏହି ପ୍ରଜାତିର ହାରାହାରି ୯୦ ବନ୍ୟଜନ୍ତୁ ଅଭୟାରଣ୍ୟରେ ଅଛନ୍ତି।

ସେହିଭଳି ୧୦୯୯ ମାଂସାହାରୀ ପ୍ରାଣୀଙ୍କ ଉପସ୍ଥିତି ସର୍ବେକ୍ଷଣ ସମୟରେ ଚିହ୍ନଟ କରାଯାଇଅଛି। ଏମାନଙ୍କ ମଧ୍ୟରେ ଭାଲୁ ଏବଂ କଲରାପତରିଆ ବାଘ (ଲିଓପାର୍ଡ଼) ସର୍ବାଧିକ ସଂଖ୍ୟାରେ ଆକଳନ କରାଯାଇଛି। ଗଣନା ସମୟରେ ଗୋଟିଏ ମହାବଳ ବାଘର ଉପସ୍ଥିତି ଅଭୟାରଣ୍ୟ ମଧ୍ୟରେ ଠାବ କରାଯାଇଅଛି। ବହୁ ଦଶନ୍ଧି ପରେ ମହାବଳ ବାଘ ଏଠାରେ ଥିବା ଜଣାପଡ଼ିଛି। ଏଥି ସହିତ ୮୨ଟି କଲରାପତରିଆ ବାଘ ଓ ୪୬ଟି ଅନ୍ୟାନ୍ୟ ବନ୍ୟଜନ୍ତୁ ଅଭୟାରଣ୍ୟର ପ୍ରତି ବର୍ଗକିଲୋମିଟରରେ ରହୁଛନ୍ତି।

ବନ୍ୟପ୍ରାଣୀଙ୍କ ଗଣନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ବୋଲି ହୀରାକୁଦ ବନ୍ୟପ୍ରାଣୀ ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ସେହିଭଳି ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ଏବଂ ସୁରକ୍ଷା ପାଇଁ ୧୨ଟି ଦଳ ଏବଂ ତିନୋଟି ନିୟନ୍ତ୍ରଣ କକ୍ଷ ଜରିଆରେ ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା କରାଯାଇଛି।

ନିୟନ୍ତ୍ରଣ କକ୍ଷ ମାନଙ୍କରେ ଅଭୟାରଣ୍ୟ ପରିପାଶ୍ୱର୍ରେ ଥିବା ଗ୍ରାମ ଗୁଡ଼ିକରେ ବାଘର ଗତିବିଧି ଉପରେ ମଧ୍ୟ ନିରୀକ୍ଷଣ କରାଯାଉ ଅଛି। ଅଭୟାରଣ୍ୟର ସୀମାରେ ଥିବା ୪୮ଟି ଗ୍ରାମରେ ସୂଚନା ସଂଗ୍ରହ ବନ୍ଦୋବସ୍ତ କରାଯାଇଥିବା ବେଳେ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଇଡ଼ିସି ଗୋଷ୍ଠୀ ମାନଙ୍କୁ ସାମିଲ କରାଯାଇଛି। ବନ୍ୟପ୍ରାଣୀ ସଂରକ୍ଷଣ ନିୟମର ଉଲ୍ଲଙ୍ଘନ କାରୀଙ୍କ ବାବବଦରେ ସୂଚନା ଦେଲେ କର୍ତ୍ତୃପକ୍ଷ ଅର୍ଥ ପୁରଷ୍କାରର ବ୍ୟବସ୍ଥା କରିଛନ୍ତି। ଅଭୟାରଣ୍ୟ ମଧ୍ୟରେ ରହିଥିବା ଚାରିଗୋଟି ଗ୍ରାମର ୪୦୦ ପରିବାରକୁ ପରିପାଶ୍ୱର୍ରେ ଥଇଥାନ କରାଯିବା ପରେ ଅଭୟାରଣ୍ୟ ମଧ୍ୟରେ ବନ୍ୟପ୍ରାଣୀଙ୍କ ପାଇଁ ଅଧିକ ପ୍ରାୟ ୫୦୦ ହେକ୍ଟର ଜମି ପ୍ରସ୍ତୁତ କରାଯାଇପାରିଛି। ଉକ୍ତ ୪୦୦ ପରିବାର ଥଇଥାନ କଲୋନିରେ ରାସ୍ତା, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରଭୃତି ମୌଳିକ ସୁବିଧା କରାଯାଇଛି।
ସୂଚନା ଯୋଗ୍ୟ ଯେ, ହୀରାକୁଦ ମହାନଦୀ କୁଳରେ ଥିବା ପ୍ରାୟ ୧୦୦ କିଲୋମିଟର ଦୈର୍ଘ୍ୟ ଭୁମିରେ ଅନାବନା ଲଟାପ୍ରସାରଣ କରାଯାଇ ବନ୍ୟପ୍ରାଣୀଙ୍କ ସକାଶେ ବିଚରଣ ଓ ତୃଣଭୁମି ତିଆର କରାଯାଇଛି। ଗତବର୍ଷ ଡ଼େବ୍ରିଗଡ଼ ଅଭୟାରଣ୍ୟକୁ ପ୍ରାକୃତିକ ପରିବେଷ ପାଇଁ ରେକର୍ଡ଼ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ କେନ୍ଦ୍ର ସରକାର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଘୋଷଣା କରିଛନ୍ତି। ସେହିଭଳି ଆର୍ନ୍ତଜାତୀୟ ସଂସ୍ଥା ଦ୍ୱାରା ରାମସର ମାନ୍ୟତା ପ୍ରଦାନ କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories