www.samajalive.in
Monday, December 15, 2025
26.1 C
Bhubaneswar

ଏଣିକି ଦରମା ନେବେନି ପାକ୍‌ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ଦେଶର ଦୟନୀୟ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ତାଙ୍କ କ୍ୟାବିନେଟ୍‌ର ସବୁ ମନ୍ତ୍ରୀ ଏଣିକି ଦରମା ଓ ଅନ୍ୟାନ୍ୟ ଭତ୍ତା ନେବେ ନାହିଁ ବୋଲି ଜଣାପଡିଛି। ଗୁରୁବାର ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିିଆଯାଇଛି। କେବଳ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦରମା ନୁହେଁ, ସରକାରୀ ଖର୍ଚ୍ଚରେ ଏମାନଙ୍କ ସମେତ ସାଂସଦ ଓ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ବିଦେଶ ଯାତ୍ରା ଜରୁରୀ ହୋଇଥିଲେ, ସଂପୃକ୍ତ ମନ୍ତ୍ରୀ, ସାଂସଦ ଓ ଅଧିକାରୀଙ୍କୁ ଆଗୁଆ ଅନୁମତି ନେବାକୁ ପଡିବ ବୋଲି ଜଣାପଡିଛି। ଏପରିକି ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ମଧ୍ୟ ଦରମା ନେବେନି ବୋଲି ଗତ ସପ୍ତାହରେ ଘୋଷଣା କରିସାରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ରାଷ୍ଟ୍ରପତି ଦରମା ବାବଦରେ ମାସିକ ୮,୪୬,୫୫୦ ଟଙ୍କା(ପାକିସ୍ତାନୀ ମୁଦ୍ରା) ପାଇଥାନ୍ତି। ପାକିସ୍ତାନରେ ମୁଦ୍ରାସ୍ଫୀତି ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories