www.samajalive.in
Saturday, December 6, 2025
26.1 C
Bhubaneswar

ବ୍ୟାଙ୍କ ଅଫ ଇଣ୍ଡିଆ ସାହାରପଡ଼ା ଶାଖାରେ ଅବ୍ୟବସ୍ଥା

ପାଟଣା :ସାହାରପଡା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସମ୍ମୁଖରେ ଟଙ୍କା ଉଠାଣ ପାଇଁ ଉପଭୋକ୍ତା ମାନେ ସକାଳ ୮ଘଟିକାରୁ ବହୁ ଦୂର ଦୁରାନ୍ତରୁ ମହିଳା ମାନେ କଅଁଳା ଛୁଆ ମାନଙ୍କୁ ଧରି ଲାଇନରେ ଛିଡା ହେଉଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ସାମ୍ନାରେ କିଛି ଅଂଶ ପାଲ ଟାଣିଛନ୍ତି ସତ କିନ୍ତୁ ଲୋକ ମାନେ ଏତେ ସଂଖ୍ୟାରେ ଆସୁଛନ୍ତି ଯେ ୪ ଧାଡିରେ ଛିଡା ହେବା ପରେ ମଧ୍ୟ ପାଲ ବାହାରକୁ ଯାଇ ଟାଣ ଖରାରେ ଛିଡା ହେବାକୁ ବାଧ୍ୟ ହୋଇଛନ୍ତି । ବ୍ୟାଙ୍କ ପକ୍ଷରୁ ଶୌଚାଳୟ କିମ୍ବା ପରିଶ୍ରାଗାରଟିଏ ମଧ୍ୟ ଏଠାରେ ନାହିଁ । ଏପରିକି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇନାହି। ୩ ଦିନ ତଳେ ଦୁଇଜଣ ମହିଳା ଏଠାରେ ଚେତାଶୁନ୍ୟ ହୋଇ ଯାଇଥିଲେ ,ଲୋକ ମାନେ ମୁହଁରେ ପାଣି ଦେଇ ଚେତା ଫେରାଇ ଆଣିଥିଲେ। ଆଗକୁ ଗ୍ରୀଷ୍ମ ପ୍ରବାହ ଅଛି । ବ୍ୟାଙ୍କ ୧୦ଟା ରୁ ୪ଟା ପର୍ୟ୍ୟନ୍ତ ଖୋଲା ହେବାକୁ ଥିବାରୁ ଏହି ସମସ୍ୟା ପ୍ରତି କର୍ତ୍ତୃପକ୍ଷ ଲୋକ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା କରିବାକୁ ଦାବି ହେଉଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories