www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନ ଯିବାକୁ ମୋଦୀଙ୍କୁ ଆମନ୍ତ୍ରଣ

ଇସଲାମାବାଦ : ଅକ୍ଟୋବର ଦ୍ବିତୀୟ ସପ୍ତାହରେ ପାକିସ୍ତାନରେ ଏସ୍‌ସିଓ (ସାଂଘାଇ କୋ-ଅପରେସନ ଅର୍ଗାନାଇଜେସନ) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ ବୈଠକରେ ଯୋଗଦେବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରାଯାଇଛି। ସୀମାପାର ଆତଙ୍କବାଦ ପ୍ରସଙ୍ଗ ନେଇ ବର୍ତ୍ତମାନ ଭାରତ-ପାକିସ୍ତାନ ସମ୍ପର୍କ ତିକ୍ତ ହୋଇଥିବାବେଳେ ମୋଦୀ ଉକ୍ତ ବୈଠକରେ ଯୋଗଦେବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି କୂଟନୈତିକ ମହଲ ଆଶଙ୍କା କରୁଛନ୍ତି। ତେଣୁ ଉକ୍ତ ବୈଠକରେ ଯୋଗଦେବାକୁ ଅନ୍ୟ କୌଣସି କ୍ୟାବିନେଟ ମନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇପାରେ ବୋଲି ସେମାନେ ଅନୁମାନ କରୁଛନ୍ତି। ଏପରିକି ମୋଦୀ ପାକିସ୍ତାନ ଆସିବେ ନାହିଁ ବୋଲି ସେଠାକାର ବିଦେଶ ମନ୍ତ୍ରଣାଳୟ ଆଶଙ୍କାବ୍ୟକ୍ତ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories