www.samajalive.in
Wednesday, December 10, 2025
16.1 C
Bhubaneswar

ଚୀନଠାରୁ ୬୨ଟି ଯୁଦ୍ଧବିମାନ କିଣିବ ପାକିସ୍ତାନ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ କାରବାରକୁ ନେଇ ଭାରତରେ ରାଜନୈତିକ ତୁମ୍ବିତୋଫାନ ଚାଲିଥିବାବେଳେ ପାକିସ୍ତାନ ଏହାର ବାୟୁସେନା ଶକ୍ତି ବୃଦ୍ଧି ପାଇଁ ୬୨ଟି ଜେଏଫ-୧୭ ଲଢୁଆ ଯୁଦ୍ଧବିମାନ କିଣିବାର ଯୋଜନା କରିଛି। ପାକିସ୍ତାନ ଏହି ଯୁଦ୍ଧବିମାନକୁ ଚୀନଠାରୁ କିଣିବ। ଭାରତୀୟ ବାୟୁସେନାର ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଭାରତ ରାଫେଲ ଯୁଦ୍ଧବିମାନ ହାସଲ କରିବା ପୂର୍ବରୁ ପାକିସ୍ତାନ ଏହି ଯୁଦ୍ଧବିମାନ ଅଧିଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି। ଭାରତ ସରକାର ଏହାର ବାୟୁସେନା ପାଇଁ ଫ୍ରାନ୍ସର ଡାସଲ୍ଟ ଆଭିଏସନ ଠାରୁ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ କରିବାକୁ ବୁଝାମଣା କରିସାରିଛନ୍ତି। ବୁଝାମଣା ଅନୁଯାୟୀ ୨୦୨୦ ବେଳକୁ ଏହି ଯୁଦ୍ଧବିମାନ ଭାରତରେ ପହଞ୍ଚିବ। ତେବେ ଚୀନ ଠାରୁ ପାକିସ୍ତାନ ଯେଉଁ ଯୁଦ୍ଧବିମାନ ଆଣିବ ତାର ଯୋଗାଣ ଜୁଲାଇ ୨୦୧୯ରୁ ଆରମ୍ଭ ହେବ। ଏପରି କି ୨୦୨୦ ପୂର୍ବରୁ ପାକିସ୍ତାନ ବାୟୁସେନାରେ ୨୨ଟି ଜେଏଫ-୧୭ (ବ୍ଲକ-୨) ଯୁଦ୍ଧବିମାନ ସାମିଲ ହୋଇସାରିଥିବ। ଚୀନର ଚେଙ୍ଗଡୁ ଏୟାରକ୍ରାଫ୍ଟ କର୍ପୋରେସନର କହିବା ଅନୁଯାୟୀ ଯୁଦ୍ଧବିମାନ ତିଆରି ଶୀଘ୍ର ଆରମ୍ଭ କରିବା ଲାଗି ପାକିସ୍ତାନ କହିଛି। ଭାରତର ବାୟୁସେନା ପାଇଁ ୧୨୬ଟି ଲଢୁଆ ଯୁଦ୍ଧବିମାନର ଆବଶ୍ୟକତା ଥିବାବେଳେ ଏହା ଫ୍ରାନ୍ସଠାରୁ ମାତ୍ର ୩୬ଟି କିଣିବା ଲାଗି ବୁଝାମଣା କରିଛି। ଏହାସତ୍ତ୍ବେ ଏହି ବୁଝାମଣାକୁ ନେଇ ଭାରତରେ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ଶାସକ ବିଜେପି ମୁହଁାମୁହଁି ହୋଇଛନ୍ତି। ତେବେ ବାୟୁସେନା ମୁଖ୍ୟ ବୀରେନ୍ଦ୍ର ସିଂହ ଧାନୱା କହିଛନ୍ତି ଯେ ଦେଶର ସୁରକ୍ଷାକୁ ନେଇ କୌଣସି ପ୍ରକାର ରାଜନୀତି ହେବା ଉଚିତ ନୁହେଁ। ବାୟୁସେନାରେ ଏବେ ୩୧ଟି ସ୍କ୍ବାର୍ଡନ (ବାହିନୀ) ରହିଥିବାବେଳେ ଏବେ ୪୫ଟି ସ୍କ୍ବାର୍ଡନର ଆବଶ୍ୟକତା ରହିଛି। ଭାରତୀୟ ବାୟୁସେନାରେ ୧୭୦୦ ଯୁଦ୍ଧବିମାନ ରହିଥିବାବେଳେ ପାକିସ୍ତାନ ପାଖରେ ୮୯୦ ଓ ଚୀନ ପାଖରେ ୩୦୦୦ ଯୁଦ୍ଧବିମାନ ରହିଛି।

Hot this week

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

Related Articles

Popular Categories