www.samajalive.in
Saturday, December 6, 2025
15.1 C
Bhubaneswar

ଜାମ୍ମୁ କାଶ୍ମୀର ନୁହେଁ : ଏବେ ରାଜସ୍ଥାନ ଓ ଗୁଜରାଟ ସୀମାରୁ ଅନୁପ୍ରବେଶ ପାଇଁ ପାକିସ୍ତାନର ଯୋଜନା

ନୂଆଦିଲ୍ଲୀ : ପାକିସ୍ତାନ ସବୁ ସମୟରେ ଜାମ୍ମୁ କାଶ୍ମୀର ଏବଂ ପଞ୍ଜାବର ସୀମାନ୍ତ ଅଞ୍ଚଳରୁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥାଏ। କିନ୍ତୁ ଏହି ସୀମାନ୍ତ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ସଜାଗ ଓ ସତର୍କ ରହିବା ସହିତ ପହରା ବ୍ୟବସ୍ଥା କଡାକଡି କରାଯିବାରୁ ପାକିସ୍ତାନର ଏହି ପ୍ରୟାସ ଅନେକ ବିଫଳ ହୋଉଥିଲା। ତେଣୁ ୨୦୨୦ରେ ପାକିସ୍ତାନ ଭାରତରେ ଅନୁପ୍ରବେଶ ପାଇଁ ନୂତନ କୌଶଳ ଏବଂ ନୂତନ ଉପାୟ ପାଇଛି । ଚଳିତ ବର୍ଷ ପାକିସ୍ତାନ ଗୁଜରାଟ ଏବଂ ରାଜସ୍ଥାନ ସୀମାରୁ ନିଜର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ଆସିଛି।

ବିଏସଏଫ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ଗୁଜରାଟ ଏବଂ ରାଜସ୍ଥାନ ସୀମାରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ମାମଲାରେ ବୃଦ୍ଧି ଘଟିଛି । ବିଶେଷ କଥା ହେଉଛି ବିଏସଏଫର କାଶ୍ମୀର ସୀମାନ୍ତରେ ଗତ ବର୍ଷ ତୁଳନାରେ କେବଳ ଗୋଟିଏ ଆକ୍ରମଣ ହୋଇଛି, ଯେଉଁଠାରେ ନଭେମ୍ବରର ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ୪ଟି ଆକ୍ରମଣ ହୋଇଥିଲା।

- Advertisement -

ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଆକ୍ରମଣ ବୃଦ୍ଧି ପାଇଥାଏ

ଚଳିତ ବର୍ଷ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବିଏସ୍ଏଫ୍ ଅଧିକ ଅନୁପ୍ରବେଶ ଉଦ୍ୟମ ରେକର୍ଡ କରିଛି । ଅଧିକାରୀ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଏବଂ ପଞ୍ଜାବରେ ଉଚିତ ଜବାବ ପରେ ପାକିସ୍ତାନ ବର୍ତ୍ତମାନ ଗୁଜୁରାଟ ଏବଂ ରାଜସ୍ଥାନ ସୀମା ଦେଇ ଆତଙ୍କବାଦୀଙ୍କୁ ଭାରତ ପଠାଇବା ପାଇଁ ଉପାୟ ଖୋଜୁଛି, କିନ୍ତୁ ଆମେ ୨୪ ଘଣ୍ଟା ଏବଂ ନିୟମିତ ସଜାଗ ରହିଛୁ। ନିୟମିତ ଭାବେ ପରିସ୍ଥିତି ଉପରେ ନଜର ରଖିଛୁ।

ବିଏସଏଫ ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନ ଜାମ୍ମୁ କାଶ୍ମୀର, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟର ସୀମା ଦେଇ ୧୧ ଥର ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଛି । ଚଳିତ ବର୍ଷ ଜାମ୍ମୁ ଏବଂ ପଞ୍ଜାବ ସୀମାରୁ ସର୍ବାଧିକ ୪-୪ଟି ଅନୁପ୍ରବେଶ ଘଟଣା ରେକର୍ଡ କରାଯାଇଛି । ଅବଶିଷ୍ଟ ୩ଟି ମାମଲା ଗୁଜରାଟ ଏବଂ ରାଜସ୍ଥାନରୁ ଆସିଛି । ନଭେମ୍ବରରେ, ଜାମ୍ମୁ କାଶ୍ମୀରର ସାମ୍ବା, ଅନ୍ତର୍ଜାତୀୟ ସୀମା ନିକଟରେ ଆତଙ୍କବାଦୀଙ୍କର ଅନୁପ୍ରବେଶ ପାଇଁ ବ୍ୟବହୃତ ୧୫୦ ମିଟର ଲମ୍ବର ଭୂତଳ ସୁଡଙ୍ଗ ଚିହ୍ନଟ ହୋଇଥିବା ଅଧିକାରୀମାନେ କହିଛନ୍ତି। ବିଏସଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ଏହି ସୁଡଙ୍ଗ ଚିହ୍ନଟ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories