www.samajalive.in
Saturday, December 6, 2025
14.1 C
Bhubaneswar

ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ଅପରେସନ ହେବ କଡାକଡି – ଏସପି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଗଂଜେଇ ଚୋରା ଚାଲାଣ ଠାରୁ ଆରମ୍ଭ କରି ଡକାୟତି ଏବଂ ଚୋରି ଘଟଣା ବଡି ଚାଲିଥିବା ବେଳେ କେତେକାଂଶରେ ପୁଲିସକୁ ସଫଳତା ମିଳିଥିବା ବେଳେ ବର୍ତମାନ ସୁଦ୍ଧା ପେଟ୍ରୋଲ ପମ୍ପରେ ଡକାୟତି ଏବଂ ନବରଙ୍ଗପୁର ସହରରେ ଦିନ ଦିପ୍ରହରରେ ଲୁଟ ଘଟଣାରେ ଏପର୍ୟ୍ୟନ୍ତ କାହାରିକୁ ଗିରଫ କରାଯାଇନହିଁ। ନବରଙ୍ଗପୁର ଅଂଚଳରେ କିଛିଦିନ ହେବ ପାଣି ମୋଟର ଚୋର ଦଳ ସକ୍ରିୟ ହୋଇ ତେନ୍ତୁଳୀଖୁଣ୍ଟି, ନନ୍ଦାହାଣ୍ଡି ଏବଂ ନବରଙ୍ଗପୁର ଥାନା ଅଂଚଳରେ ମଟର ଚୋରି କରୁଥିବା ଏକ ଚୋର ଦଳକୁ ଧରିବାରେ ନବରଙ୍ଗପୁର ଏବଂ ତେନ୍ତୁଳୀଖୁଣ୍ଟି ପୁଲିସ ଧରିବାରେ ସକ୍ଷମ ହୋଇ ୫ ଜଣକୁ କୋର୍ଟ ଚାଲାଣ କରିଛି । ସେହିପରି ଜିଲ୍ଲାରେ ନବରଙ୍ଗପୁର, ପାପଡାହାଣ୍ଡି, କୋଷଗୁମୁଡା ଆଦି ଥାନା ଅଂଚଳରେ ବ୍ୟାପକ ଗଂଜେଇ ସହ ଗାଡି ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରି ଗଂଜେଇ ଚୋରା ଚାଲାଣ ରୋକିବା ଦିଗରେ ପୁଲିସ ପ୍ରୟାସ ଜାରି ରଖିଥିବା ବେଳେ ମଧ୍ୟ ଗଂଜେଇ ଚୋରା ଚାଲାଣକୁ ଜିଲ୍ଲାରେ ରୋକିବା ଦିଗରେ ପୁଲିସ ଆଗକୁ କଡା ଆଭିମୁଖ୍ୟ ଅଵଲମ୍ବନ କରିବା ସହ ଜିଲ୍ଲା ସୀମାନ୍ତ ଅଂଚଳରେ ମାଓ ଦମନ ଆଭିମୁଖ୍ୟ ଆରମ୍ଭ କରାଯିବ ବୋଲି ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଏସପି ପ୍ରହଲ୍ଲାଦ ସହାୟ ମିନା କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories