www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନର ଆଉ ଏକ ଚାଲ୍‌ : ଗିଲଗିଟ୍ ଓ ବାଲଟିସ୍ତାନରେ ବେଆଇନ୍ ଭାବେ କରୁଛି ନିର୍ବାଚନ

ନୂଆଦିଲ୍ଲୀ : ପାକିସ୍ତାନ ଗତ ୭୦ ବର୍ଷ ଧରି ଜମ୍ମୁ-କାଶ୍ମୀର ଏକ ଅଂଶ ଦଖଲ କରି ରଖିଛି। ଏହି ଅଂଶକୁ ପାକିସ୍ତାନ ଅସ୍ତିଆରରେ ରହିଥିବାରୁ ଏହାକୁ (PoK) ବା ପାକ୍‌ ଅଧିକୃତ କାଶ୍ମୀର ବୋଲି କୁହାଯାଏ। ତେବେ ଏହାରି ମଧ୍ୟରେ ଭାରତ ବିରୋଧରେ ଲଗାତର ଭାବେ ଷଡଯନ୍ତ୍ର ରଚୁଥିବା ପାକିସ୍ତାନ ଏକ ନୂଆ ଚାଲ୍ ଚଳାଇଛି । ଗତ କିଛି ଦିନ ତଳେ ପାକିସ୍ତାନ ସରକାର ଗିଲଗିଟ୍ ଓ ବାଲଟିସ୍ତାନକୁ ସ୍ବତନ୍ତ୍ର  ରାଜ୍ୟର ମାନ୍ୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିବା  ବେଳେ ବର୍ତ୍ତମାନ ବେଆଇନଭାବେ ଅଧିକୃତ କରିଥିବା ଏହି ଅଞ୍ଚଳକୁ ଆଇନଗତ କରିବା ପାଇଁ ସେଠାରେ ନିର୍ବାଚନ କରୁଛି ପାକିସ୍ତାନ। ତେବେ ଗିଲଗିଟ୍ ଓ ବାଲଟିସ୍ତାନ ଭାରତର ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ପାକିସ୍ତାନ ସେଠାରେ ନିର୍ବାଚନ କରିବାକୁ ବେଆଇନ ବୋଲି କହିଛି ଭାରତ। ପାକିସ୍ତାନ ଗିଲଗିଟ୍ ଓ ବାଲଟିସ୍ତାନରେ ନିର୍ବାଚନ କରିବାକୁ ଭାରତ ତୀବ୍ର ବିରୋଧ କରିବା ସହ କହିଛି ଯେ ଏହି ଅଞ୍ଚଳରେ ନିର୍ବାଚନ କରିବାର ପାକିସ୍ତାନର କୌଣସି ଅଧିକାର ନାହିଁ।

ପାକିସ୍ତାନ ବେଆଇନ ଭାବେ ଅଧିକୃତ କରିଥିବା ଗିଲଗିଟ୍ ଓ ବାଲଟିସ୍ତାନରେ ନିର୍ବାଚନ କରିବାକୁ ଭାରତ ଦୃଢ ବିରୋଧ କରିଛି। ଭାରତ କହିଛି ରଣନୈତିକ ଭାବେ ଗିଲଗିଟ୍ ଓ ବାଲଟିସ୍ତାନ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଏକ ଅଂଶ, ଯାହାକୁ ପାକିସ୍ତାନ ବେଆଇନ ଭାବେ ଅଧିକୃତ କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ପାକିସ୍ତାନ ଗିଲଗିଟ୍ ଓ ବାଲଟିସ୍ତାନରେ ଚଳିତ ବର୍ଷ ନଭେମ୍ବର ୧୫ ନିର୍ବାଚନ କରୁଥିବା ରିପୋର୍ଟ ଆମର ହସ୍ତଗତ ହୋଇଛି। ଆମେ ପାକିସ୍ତାନର ଏହି ନିଷ୍ପତିକୁ ଦୃଢ ବିରୋଧ କରୁଛୁ।

- Advertisement -

ଭାରତ ବୈଦେଶିକ ମନ୍ତ୍ରାଳୟ ବିବୃତ୍ତିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀର ଓ ଲଦାଖ ସହ ଗିଲଗିଟ୍ ଓ ବାଲଟିସ୍ତାନ ୧୯୪୭ରୁ ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଛି । ରବିବାର ପାକିସ୍ତାନ ଗିଲଗିଟ୍ ଓ ବାଲଟିସ୍ତାନରେ ବିଧାନସଭା ନିର୍ବାଚନ କରୁଛି । ଏପରିକି କିଛି ଦିନ ପୂର୍ବରୁ ଇମ୍ରାନ ଖାନ ଏଠାରେ ସାଧାରଣ ସଭା କରିଥିଲେ । ଏହାସହ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories