www.samajalive.in
Saturday, December 6, 2025
14.1 C
Bhubaneswar

ଗୁପ୍ତଚର ଅଭିଯୋଗରେ ଆଉ ଜଣେ ଭାରତୀୟଙ୍କୁ ଗିରଫ କଲା ପାକିସ୍ତାନ

ଇସଲାମାବାଦ: କୁଳଭୂଷଣ ଯାଦବଙ୍କ ପରେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଆଉ ଜଣେ ଭାରତୀୟଙ୍କୁ ଗିରଫ କରିଛି। ବୁଧବାର ପାକିସ୍ତାନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଡେରା ଘାଜି ଖାନ ଜିଲାର ରାଖି ଗଜ ଅଞ୍ଚଳରୁ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପାକିସ୍ତାନୀ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତାଙ୍କ ନାମ ରାଜୁ ଲକ୍ଷ୍ମଣ। ଅଧିକାରୀମାନେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସେ ବାଲୋଚିସ୍ତାନରୁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରବେଶ କରିବା କ୍ଷଣି ତାଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଭାରତର ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କୁ ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଗିରଫ କରିବା ସହିତ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଅଦାଲତରେ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ ପାକିସ୍ତାନର ମିଲିଟାରୀ କୋର୍ଟ ଦ୍ବାରା କୁଳଭୂଷଣଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ରାୟ ଉପରେ ରହିଦାଦେଶ ଦେବାର କିଛି ଦିନ ପରେ ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories