www.samajalive.in
Saturday, December 6, 2025
23.1 C
Bhubaneswar

ଦକ୍ଷିଣ ଚୀନ୍‌ରୁ ଅବପାତ ଓଡ଼ିଶା ଆଡକୁ ମୁହାଁଇବ; ୪ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା କ୍ରମଶଃ ଘନୀଭୂତ ହେବ। ତେବେ ଦକ୍ଷିଣ ଚୀନ ପଟୁ ଆଉ ଏକ ଅବପାତ ଆସି ଓଡ଼ିଶା ଉପରେ ଥିବା ଲଘୁଚାପ ସହିତ ମିଶିବ। ଏହାର ପ୍ରଭାବରେ ୪ରୁ ୬ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା
ହେବା ସମ୍ଭାବନା ରହିଛି। ୪ରୁ ୫ ତାରିଖ ମଧ୍ୟରେ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିବାବେଳେ ବୁଧବାର ସେଣ୍ଟର ଫର୍ ଏନଭିରନ୍‌ମେଣ୍ଟ ଆଣ୍ଡ କ୍ଲାଇମେଟ୍ (ସିଇସି) ପକ୍ଷରୁ କୁହାଯାଇଛି ଯେ ୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା କ୍ରମଶଃ ଘନୀଭୂତ ହୋଇ ୪ ତାରିଖ ବେଳକୁ ଗଭୀର ଅବପାତର ରୂପ ନେବ। ଏଥିଯୋଗୁଁ ୩ ତାରିଖରୁ ବର୍ଷା ହେବ। ତେବେ ଏହି ସମୟରେ ଦକ୍ଷିଣ ଚୀନ୍ ଆଡ଼ୁ ଏକ ଅବପାତ ପ୍ରଥମେ ବଙ୍ଗୋପସାଗରର ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଅଭିମୁଖେ ମୁହାଁଇବ। ୫ ତାରିଖ ବେଳକୁ ଚୀନ୍‌ରୁ ଆସିଥିବା ଅବପାତ ଓଡ଼ିଶାର ଗଭୀର ଅବପାତ ସହ ମିଶିବ। ୫ ତାରିଖ ରାତି କିମ୍ବା ୬ ତାରିଖ ସକାଳେ ଦୁଇ ଅବପାତ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଦୀଘା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ୨ ତାରିଖରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢ଼େଙ୍କାନାଳରେ ବର୍ଷା ବଢ଼ିବ। ସିଇସିର ନିର୍ଦେଶକ ଡ଼ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବିଶେଷକରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଅଧିକ ବର୍ଷା ହୋଇପାରେ। ଏହା ୬ ତାରିଖ ପର୍ଯ୍ୟନ୍ତ ଲାଗିରହିବ। ବର୍ଷା ସହିତ ଉପକୂଳ ଜିଲାରେ ପବନର ବେଗ ୬୦ କିମି ଛୁଇଁବ। ୩ ରୁ ୬ ତାରିଖ ଭିତରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଡ଼ ସାହୁ କହିଛନ୍ତି। ଅପରପକ୍ଷେ ୪ରୁ ୫ ତାରିଖ ମଧ୍ୟରେ ଅଧିକାଂଶ ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ଏବେ ସମୁଦ୍ର ମଧ୍ୟରେ ଅଛନ୍ତି​‌ ସେମାନେ ୨ ତାରିଖ ସୁଦ୍ଧା କୂଳକୁ ଫେରି ଆସିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories