ଚେନ୍ନଇ: ଜଣେ ୭ବର୍ଷର ବାଳକର ପାଟିରୁ ଡାକ୍ତରମାନେ ଅପରେଶନ କରି ୫୨୬ଟି ଦାନ୍ତ ବାହାର କରିଛନ୍ତି। ବାଳକ ରବୀନ୍ଦ୍ରନାଥର ଡାହାଣପଟ ଗାଲ ଫୁଲିବା ଦେଖି ପିତାମାତା ଡାକ୍ତରଙ୍କ ପରାମର୍ଶ କରିଥିଲେ। ସିଟିସ୍କାନ ଓ ଏକ୍ପ-ରେ ପରେ ରବୀନ୍ଦ୍ରର ପାଟିର ମାଢି ଭିତରେ କିଛି ଅନାବଶ୍ୟକ ଦାନ୍ତ ରହିଥିବା ଜାଣିବାକୁ ପାଇଥିଲେ। ଦାନ୍ତଗୁଡିକ ମାଢି ଭିତରେ ରହିଥିବାବେଳେ ଏହା ବାହାରକୁ ଦେଖାଯାଉ ନଥିଲା। ସବିତା ଡେଣ୍ଟାଲ କଲେଜର ଡାକ୍ତରମାନେ ୫ଘଣ୍ଟାର ଅେସ୍ତ୍ରାପଚାର କରି ରବୀନ୍ଦ୍ରର ମାଢି ଭିତରୁ ଅନାବଶ୍ୟକ ଦାନ୍ତଗୁଡିକ ବାହାର କରିଥିଲେ। ବାଳକଟିର ପାଟି ଭିତରେ ଏହି ଦାନ୍ତଗୁଡିକ କିପରି ସୃଷ୍ଟି ହେଲା ତାର କାରଣ ଡାକ୍ତରମାନେ ଜାଣିପାରି ନାହାନ୍ତି। ତେବେ ମୋବାଇଲ ଟାୱାରର ବିକିରଣ ପ୍ରଭାବ କିମ୍ବା ବଂଶଗତ କାରଣରୁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି। ତିନିବର୍ଷ ବୟସରୁ ରବୀନ୍ଦ୍ରଙ୍କ ଡାହାଣପଟ ଗାଲ ଫୁଲିବା ପିତାମାତା ଲକ୍ଷ୍ୟ କରିଥିଲେ।
Popular Categories



