www.samajalive.in
Saturday, December 6, 2025
14.1 C
Bhubaneswar

ସର୍ବ ସମ୍ମୁଖରେ ପାକ୍‌ ଅଧିନାୟକଙ୍କୁ ‘ମୋଟା ଘୁଷୁରୀ’ କହି ଅପମାନିତ କଲେ ପ୍ରଶଂସକ

ଲଣ୍ଡନ: ବିଶ୍ଵକପ କ୍ରିକେଟରେ ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପରାଜିତ ହେବା ପରେ ଖେଳାଳିମାନେ କଡ଼ା ସମାଲୋଚନାର ଶିକାର ହେଉଛନ୍ତି। ନିଜ ଦେଶର ପୂର୍ବତନ କ୍ରିକେଟର ଏବଂ ପ୍ରଶଂସକମାନେ ଖେଳାଳିମାନଙ୍କୁ ଅପମାନିତ କରୁଛନ୍ତି। ବିଶେଷ କରି ଦଳର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଉପରେ ପ୍ରଶଂସକମାନେ ରାଗ ଉତାରୁଛନ୍ତି। ପୁଣି ଥରେ ସର୍ଫରାଜ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିଜ ପରିବାର ଏବଂ ପିଲାମାନଙ୍କୁ ନେଇ ସର୍ଫରାଜ ଶପିଂ ପାଇଁ ଏକ ଲଣ୍ଡନରେ ମଲ୍‌କୁ ଯାଇଥିବାବେଳେ ଜଣେ ପ୍ରଶଂସକ ତାଙ୍କୁ ସର୍ବସମ୍ମୁଖରେ ଅପମାନିତ କରିଛନ୍ତି। ତାଙ୍କୁ ଅପଶବ୍ଦରେ ଗାଳିଗୁଲଜ କରିବା ସହିତ ଏହାର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ପ୍ରଶଂସକ ସର୍ଫରାଜଙ୍କୁ କହୁଛନ୍ତି, ଭାଇ, ଭାଇ ଆପଣ ଘୁଷୁରୀ ପରି ଏତେ ମୋଟା କାହିଁକି ହୋଇଛ। ଘୁଷୁରୀ ଭଳି ମୋଟା ହୋଇଛି, କମ୍‌ ଖାଅ। ଆପଣ ପାକିସ୍ତାନର ନାମ ବହୁତ ଉଜ୍ଜ୍ଵଳ କରିଛ। ଏସବୁ ଶୁଣିବା ପରେ ସର୍ଫରାଜ ତାଙ୍କୁ ଅଣଦେଖା କରି ସେଠାରୁ ଚାଲି ଯାଇଥିଳେ। ଏଭଳି ଲଜ୍ଜାଜନକ ଘଟଣା ସମୟରେ ସର୍ଫରାଜଙ୍କ ପାଖରେ ତାଙ୍କ ପିଲାମାନେ ଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭଦ୍ରାମୀ ସତ୍ବେ ସର୍ଫରାଜ ଚୁପଚାପ ରହିଥିଲେ।

- Advertisement -

ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ କେତେକ ପ୍ରଶଂସକ ସର୍ଫରାଜଙ୍କୁ ଅପମାନିତ କରିଛନ୍ତି। ପାକିସ୍ତାନ ଖେଳାଳିମାନଙ୍କ ଫିଟ୍‌ନେସ ଉପରେ ପାକିସ୍ତାନୀ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ଅଧିନାୟକ ସର୍ଫରାଜ ଅହମଦଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମ୍ୟାଚ ହାରିବା ପରେ ପଡ଼ିଆରେ ପ୍ରଶଂସକମାନେ ମୋଟା- ମୋଟା ସର୍ଫରାଜ କହି ପାଟି କରିଥିଲେ।

କେବଳ ପ୍ରଶଂସକ ନୁହନ୍ତି, ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ମଧ୍ୟ ସର୍ଫରାଜଙ୍କ ଫିଟ୍‌ନେସ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଖତର କହିଥିଲେ, ସର୍ଫରାଜ ଯେତେବେଳେ ଟସ୍‌ ପାଇଁ ଆସନ୍ତି ସେତେବେଳେ ତାଙ୍କର ଏକ ବଡ଼ ପେଟ ବାହାରିଥାଏ। ତାଙ୍କ ମୁହଁ ବି ବହୁତ ମୋଟା ଦେଖାଯାଇଥାଏ। ସେ ଏପରି ପ୍ରଥମ ଅଧିନାୟକ, ଯିଏ ଏତେ ଅନଫିଟ୍‌।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories