www.samajalive.in
Saturday, December 6, 2025
17.1 C
Bhubaneswar

୬ବର୍ଷ ପରେ ଗାଁକୁ ଫେରିଲେ ଭିନ୍ନକ୍ଷମ ବୃଦ୍ଧ

ନୀଳଗିରି: ଦୀର୍ଘ ୬ ବର୍ଷ ଧରି ବାଟବଣା ହୋଇ ଏଣେତେଣେ ବୁଲିବା ପରେ ଘରକୁ ଫେରିଛନ୍ତି ଭିନ୍ନକ୍ଷମ ବୃଦ୍ଧ । ତାଙ୍କୁ ପାଇ ପରିବାରଲୋକଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି ।

ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଳ ପଞ୍ଚାୟତ ଅଧୀନ ଗୋହିରା ଗାଁର ଗୌରମୋହନ ସାହୁ (୬୫)। ଜନ୍ମରୁ ସେ କଥା କହିପାରନ୍ତିନି। କିନ୍ତୁ ହାଇଦ୍ରାବାଦରେ ରହୁଥିବା ଝିଅ ଜ୍ୱାଇଁଙ୍କ ପାଖକୁ ବୁଲିବାକୁ ଯାଇଥିଲେ । ସେଠାରେ କିଛିଦିନ ରହିବା ପରେ ଘରକୁ ଫେରିଥିଲେ । ହେଲେ ଫେରିବା ସମୟରେ ପଶ୍ଚିମବଙ୍ଗର ହାୱଡ଼ା ଷ୍ଟେସନରେ ବାଟବଣା ହୋଇ ଯାଇଥିଲେ। କଥା କହି ପାରୁନଥିବାରୁ ଘରର ଠିକଣା କାହାକୁ ପଚାରି ପାରିନଥିଲେ । ଶେଷରେ ପେଟ ପାଇଁ ତାଙ୍କୁ ହାତରେ ମୁଣି ଓ ବେଲା ଖଣ୍ଡେ ଧରିବାକୁ ପଡ଼ିଥିଲା। ଦୀର୍ଘ ୬ବର୍ଷ କାଳ ସେ ହାୱଡ଼ା ଷ୍ଟେସନ ଭିକ୍ଷା ବୃତ୍ତି କରି ବଞ୍ଚି ରହିଥିଲେ । କିଛି ଦିନ ପୂର୍ବେ ଗୋହିରା ଅଞ୍ଚଳର କେତେକ ଲୋକ ତ୍ରିବେଣୀରେ ଅସ୍ଥି ବିସର୍ଜନ କରିବାକୁ ଯାଇ ହାୱଡ଼ା ଷ୍ଟେସନରେ ଭିକ୍ଷା ବୃତ୍ତି କରୁଥିବା ଗୌରମୋହନଙ୍କୁ ଦେଖିବାକୁ ପାଇଥିଲେ। ତାଙ୍କ ପାଖକୁ ଯାଇ ଚିହ୍ନିବା ପରେ ସମ୍ପୃକ୍ତ ଅଞ୍ଚଳବାସୀ ବୃଦ୍ଧ ଗୌରମୋହନଙ୍କୁ ସାଙ୍ଗରେ ଧରି ଗାଁକୁ ଫେରାଇ ଆଣିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories