www.samajalive.in
Saturday, December 6, 2025
16.1 C
Bhubaneswar

ଡାନିଏଲ ପର୍ଲ ହତ୍ୟା ମାମଲା: ଆତଙ୍କବାଦୀ ଉମର ଶେଖକୁ ଜେଲରୁ ମୁକ୍ତ କରିବାକୁ ପାକ୍‌ କୋର୍ଟଙ୍କ ନିର୍ଦେଶ

ଇସଲାମାବାଦ: ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀ ତଥା ଆତଙ୍କବାଦୀ ଉମର ଶେଖ ଏବେ ଜେଲ୍‌ରୁ ମୁକୁଳିବ। ପାକିସ୍ତାନର ଏକ କୋର୍ଟ ଉମର ସମେତ ୪ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଆତଙ୍କବାଦୀ ଉମରକୁ ଫାଶୀ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ପରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଥିଲା।

ଦୋଷମୁକ୍ତ ହେବା ପରେ ବି ସେମାନଙ୍କୁ ଜେଲରେ ରଖାଯାଇଥିଲା। ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଜେଲରୁ ଛାଡ଼ିବାକୁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଆମେରିକୀୟ ଖବରକାଗଜ ୱାଲଷ୍ଟ୍ରିଟ୍‌ ଜର୍ନାଲ ପାଇଁ ଡାନିଏଲ ପର୍ଲ କାମ କରୁଥିଲେ। ୨୦୦୧ରେ ସେ ପାକିସ୍ତାନ ଆସିଥିଲେ। ପାକିସ୍ତାନରେ ଏକ ଷ୍ଟୋରୀ କଭର୍‌ କରିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ପରେ ଆତଙ୍କବାଦୀମାନେ ଡାନିଏଲଙ୍କ ଭିଡିଓ ଜାରି କରି ସାରା ବିଶ୍ଵରେ ଭାଇରାଲ କରିଥିଲେ ଏବଂ ଶେଷରେ ତାଙ୍କୁ ହତ୍ୟା କରିଥିଲେ।

- Advertisement -

ବର୍ତ୍ତମାନ ହତ୍ୟାକାରୀମାନଙ୍କୁ ଜେଲ୍‌ରୁ ଛାଡ଼ିବାକୁ ନିର୍ଦେଶ ଦିଆଯିବା ପରେ ଆମେରିକା ପକ୍ଷରୁ ଏହା ଉପରେ ଆପତ୍ତି ଉଠାଯାଇଛି। ଆମେରିକା ବିଦେଶ ମନ୍ତ୍ରଣାଳୟର ଏସିଆ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନର ସିନ୍ଧ ହାଇକୋର୍ଟଙ୍କ ଦ୍ବାରା ଆତଙ୍କବାଦୀ ଉମରକୁ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ ଆମେ ଅତ୍ୟନ୍ତ ଚିନ୍ତିତ।

ଆମେରିକା ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଏହି ମାମଲାର ବିଚାର ଚାଲିଛି। ଏପରି ସ୍ଥିତିରେ ସେମାନଙ୍କୁ ଛାଡ଼ିବାକୁ ନିର୍ଦେଶ ଦିଆଯିବା ଠିକ୍‌ ନୁହେଁ। ଆମେ ଡାନିଏଲଙ୍କ ପରିବାର ସହିତ ସବୁବେଳେ ଛିଡ଼ା ହେବୁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଯେତେବେଳେ ଉମରକୁ ଜେଲ୍‌ରୁ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା, ସେତେବେଳେ ମଧ୍ୟ ଆମେରିକା ପକ୍ଷରୁ ଆପତ୍ତି ଉଠାଇଯାଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories