www.samajalive.in
Saturday, December 6, 2025
16.1 C
Bhubaneswar

ବାଜପେୟୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ କୃଷକଙ୍କ ଭଙ୍ଗାରୁଜା

ପଞ୍ଜାବର ଭଟିଣ୍ଡାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ହଙ୍ଗାମା ହୋଇଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ବିକ୍ଷୋଭ କରୁଥିବା କୃଷକମାନେ ସେଠାରେ ପହଞ୍ଚି ବିରୋଧ କରିବା ସହିତ ଚେୟାର ଭଙ୍ଗାରୁଜା କରିଛନ୍ତି।

ବାଜପେୟୀଙ୍କ ଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଶୁକ୍ରବାର ଭଟିଣ୍ଡାର ଅମରିକ ସିଂହ ରୋଡ୍‌ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବଡ଼ ବଡ଼ ବ୍ୟାରିକେଡ୍‌ କରାଯିବା ସହିତ ପୁଲିସ ମୁତୟନ ହୋଇଥିଲେ। ତେବେ କାର୍ଯ୍ୟକର୍ତ୍ତାମାନଙ୍କ ସମାଗମ ହେବା ପୂର୍ବରୁ ଭାରତୀୟ କୃଷକ ସଂଘ ଏକତା ଏବଂ ଅନ୍ୟ ସଂଗଠନର ୧୦୦ରୁ ଅଧିକ ଚାଷୀ ସେଠାରେ ପହଞ୍ଚିଥିଲେ। ସେମାନେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନାରାବାଜି କରିଥିଲେ। ଶେଷରେ ପୁଲିସ ଉପସ୍ଥିତିରେ ସେମାନେ ବ୍ୟାରିକେଡ୍‌ ଭାଙ୍ଗିବା ସହିତ ସମାଗମ ସ୍ଥଳରେ ପଡ଼ିଥିବା ଚେୟାର ଭଙ୍ଗାରୁଜା କରିଥିଲେ।

- Advertisement -

ଘଟଣାସ୍ଥଳରେ ଉପସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାମାନେ ଚାଷୀମାନଙ୍କୁ ବିରୋଧ କରିବାରୁ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ବିଜେପି ନେତା ସୁନୀଲ ସିଙ୍ଗଲା ଅଭିଯୋଗ କରିଛନ୍ତି ଯେ, ପୁଲିସ ଗଣ୍ଡଗୋଳ ସୃଷ୍ଟିକାରୀ କୃଷକଙ୍କୁ ରୋକିବା ବଦଳରେ ବିଜେପିର ମହିଳା  କାର୍ଯ୍ୟକର୍ତ୍ତାଙ୍କୁ ଲାଠିମାଡ଼ କରିଛି। ଘଟଣା ସମ୍ପର୍କରେ ପଞ୍ଜାବ ଡିଜିପି ଦିନକର ଗୁପ୍ତା ଏବଂ ବିଜେପିର ପ୍ରଦେଶ ପ୍ରମୁଖ ଅଶ୍ଵନୀ ଶର୍ମାଙ୍କୁ ଅବଗତ କରାଯାଇଛି।

ଅନ୍ୟପଟେ ଘଟଣା ପରେ ବିଜେପି କାର୍ଯ୍ୟକର୍ତ୍ତା ଏବଂ କୃଷକମାନେ ଅମରିକ ସିଂହ ରୋଡ୍‌ରେ ସାମ୍ନାସାମ୍ନି ହୋଇ ଧାରଣାରେ ବସିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ପୁଲିସ କର୍ମୀ ମୁତୟନ ହୋଇଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories