www.samajalive.in
Saturday, December 6, 2025
19.1 C
Bhubaneswar

ଭାରତ ବିରୋଧରେ ଜୈବିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଓ ପାକିସ୍ତାନ

ବେଜିଂ: ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ। କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି। ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି ହୋଇଥିବା ଏକ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି।

ଚୀନ ଏବଂ ପାକିସ୍ତାନ ଜୈବିକ ଯୁଦ୍ଧ ପାଇଁ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି କ୍ଲାକ୍‌ସନ ନାମକ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି। କରୋନା ଭୂତାଣୁ ମହାମାରୀ ପାଇଁ ଚୀନକୁ ଅଧିକାଂଶ ଦେଶ ଦାୟୀ କରୁଛନ୍ତି। ଭୂତାଣୁ ବିଷୟରେ ଚୀନ ତଥ୍ୟ ଲୁଚାଇଥିବାରୁ ଏହା ସାରା ବିଶ୍ଵ ବିରୋଧରେ ଚୀନର ଜୈବିକ ଯୁଦ୍ଧ ବୋଲି ଅନେକ ରାଷ୍ଟ୍ର ଅଭିଯୋଗ କରୁଛନ୍ତି। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିରୁ କରୋନା ଭୂତାଣୁର ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ ଏବେ ସେହି ଉହାନ୍‌ ଲାବରେଟୋରିରେ ଭାରତ ବିରୋଧୀ ଜୈବିକ ଅସ୍ତ୍ର ପାଇଁ ନୂଆ ଭୂତାଣୁ ବିକଶିତ କରାଯାଉଛି। ଏଥିଲାଗି ଚୀନ ପାକିସ୍ତାନର ମିଲିଟାରି ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇଜେଶନ(ଡିଇଏସଟିଓ) ସହିତ ଗୁପ୍ତ ଚୁକ୍ତି କରିଛି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି।

- Advertisement -

ରିପୋର୍ଟ ଅନୁସାରେ, ଉହାନ୍‌ ଲାବରେଟୋରିରେ କିଛି ସଂକ୍ରାମକ ରୋଗ ପାଇଁ ଭୂତାଣୁ ବିକଶିତ କରାଯାଉଛି। ଚୀନ ଏହାର ପରୀକ୍ଷଣ ନିଜ ଦେଶର ସୀମା ବାହାରେ କରୁଛି। ଗୁପ୍ତ ପ୍ରକଳ୍ପ ପାଇଁ ଉହାନ ପରୀକ୍ଷାଗାରକୁ ସମସ୍ତ ପ୍ରକାର ବସ୍ତୁ, ଆର୍ଥିକ, ଏବଂ ବୈଜ୍ଞାନିକ ସହାୟତା ଯୋଗାଇ ଦିଆଯାଇଛି। ସମସ୍ତ ଆର୍ଥିକ ସହାୟତା ଚୀନ ବହନ କରୁଛି। ଏହି ପ୍ରକଳ୍ପର ନାମ ‘ଉଦୀୟମାନ ସଂକ୍ରାମକ ରୋଗ ଏବଂ ଭେକ୍ଟର ସଂକ୍ରମଣ ରୋଗର ଜୈବିକ ନିୟନ୍ତ୍ରଣ ଉପରେ ଅଧ୍ୟୟନ ପାଇଁ ସହଯୋଗ’ ରଖାଯାଇଛି। ପାକିସ୍ତାନର ଡିଇଏସଟିଓ ଏକ ଗୁପ୍ତ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମରେ ଆନ୍ଥ୍ରାକ୍ସ ସହିତ ଜଡିତ ବିଭିନ୍ନ ଅନୁସନ୍ଧାନ ପ୍ରକଳ୍ପରେ ନିୟୋଜିତ ହୋଇଛି ବୋଲି ମଧ୍ୟ ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories