www.samajalive.in
Sunday, December 7, 2025
23.1 C
Bhubaneswar

ସରିଲା ପହଣ୍ଡି, ରତ୍ନବେଦୀକୁ ବାହୁଡ଼ିବେ ତିନି ଠାକୁର

ପୁରୀ: ୯ଦିନ ଧରି ମାଉସୀ ଘରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ସୁଭଦ୍ରା ଏବଂ ବଡ଼ ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ଆଜି ରତ୍ନବେଦୀକୁ ବାହୁଡ଼ିବେ। ବୁଧବାର ବାହୁଡ଼ାଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଶେଷ ହୋଇଛି। ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥକୁ ବିଜେ ହୋଇଛନ୍ତି। ସକାଳ ସାଢ଼େ ୯ଟା ସୁଦ୍ଧା ପହଣ୍ଡି ଶେଷ ହେବା ପରେ ଶରଧାବାଲିରେ ରଥାରୂଢ଼ ହୋଇଛନ୍ତି ତିନି ଠାକୁର।

ଏହା ପରେ ରଥରେ ମହାପ୍ରଭୁଙ୍କ ରୀତିନୀତି ସମ୍ପନ୍ନ ହେବ। ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥକୁ ଆସି ଛେରାପହଁରା କରିବା ପରେ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ। ପ୍ରଥମେ ତାଳଧ୍ଵଜ, ପଛକୁ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥକୁ ସେବାୟତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିନେବେ। ଗଜପତିଙ୍କ ଛେରାପହଁରା ପରେ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହେବ। ବଡ଼ଦାଣ୍ଡକୁ ଯେପରି କୌଣସି ଲୋକ ନ ଆସିବେ ସେଥିଲାଗି ସମସ୍ତ ପ୍ରବେଶ ପଥକୁ ପୁଲିସ ସିଲ୍‌ କରିଦେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ବିଭିନ୍ନ ଗଳିକନ୍ଦି ଏବଂ ସାହିରାସ୍ତାକୁ ବ୍ୟାରିକେଡ୍‌ ଦ୍ବାରା ବନ୍ଦ କରିଦିଆଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories