www.samajalive.in
Saturday, December 6, 2025
23.1 C
Bhubaneswar

ପାକିସ୍ତାନ ସରକାରଙ୍କ ନିର୍ଦେଶରେ ହୋଇଥିଲା ପହଲଗାଓଁ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ସରକାରଙ୍କ ନିର୍ଦେଶରେ ହୋଇଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷାବାହିନୀ ସୂତ୍ରରୁ ଏହି ସୂଚନା ମିଳିଛି। ପାକିସ୍ତାନ ରାଜନୈତିକ ଓ ସାମରିକ ମୁଖ୍ୟଙ୍କ ନିର୍ଦେଶରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର ଏହି ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ। ଯେଉଁଥିରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୬/୧୧ ମୁମ୍ବଇ ଆକ୍ରମଣ ଭଳି ପହଲଗାଓଁ ଆକ୍ରମଣ ପାଇଁ ଲଶ୍କର ଆତଙ୍କୀ ସଂଗଠନ ଓ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇ ମିଳିତ ଭାବେ ଯୋଜନା କରିଥିଲେ। ଆଇଏସଆଇ ପକ୍ଷରୁ ଲଶ୍କର କମାଣ୍ଡର ସଜିଦ ଜତ୍ତକୁ ଆକ୍ରମଣ ଘଟଣାକୁ ଚୂଡ଼ାନ୍ତ ରୂପ ଦେବା ଲାଗି ନିଯୁକ୍ତ କରାଯାଇଥିଲା। ଏଥିରେ କେବଳ ବାହ୍ୟ ଆତଙ୍କୀମାନଙ୍କୁ ବ୍ୟବହାର କରିବା ଲାଗି କଡ଼ା ନିର୍ଦେଶ ରହିଥିଲା। ଯୋଜନାକୁ ଗୁପ୍ତ ରଖିବା ଲାଗି କାଶ୍ମୀରର କୌଣସି ଆତଙ୍କୀଙ୍କୁ ଏଥିରେ ସାମିଲ କରାଯାଇ ନ ଥିଲା। ଲଶ୍କରର ବିଦେଶୀ ଆତଙ୍କୀମାନେ ହିଁ ଏହାକୁ କାର୍ଯ୍ୟକାରୀ କରିଥିଲେ।

- Advertisement -

ପହଲଗାଓଁ ଆକ୍ରମଣର ନେତୃତ୍ଵ ନେଇଥିଲା ପାକ୍‌ ସେନାର ଜଣେ ପୂର୍ବତନ କମାଣ୍ଡୋ ସୁଲେମାନ। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଲଶ୍କରର ମୁରିଦକେ ପ୍ରଶିକ୍ଷଣ ଶିବିରରେ ତା’କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଏହା ପରେ ୨୦୨୨ରେ ସେ ଏଲଓସି ଅତିକ୍ରମ କରି ଭାରତରେ ପଶିଥିଲା। ଏହି ଆକ୍ରମଣକାରୀଙ୍କ ଗୋଷ୍ଠୀ ଅନ୍ୟ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ।

ସୁଲେମାନର ସାଟେଲାଇଟ ଫୋନ ତଥ୍ୟ ଅନୁସାରେ ସେ ଏପ୍ରିଲ ୧୫ ତାରିଖରେ ତ୍ରାଲ ଜଙ୍ଗଲରେ ରହିଥିଲା। ପହଲଗାଓଁର ବୈସରନ ଘାଟିରେ ଏହି ଆକ୍ରମଣ ଘଟିତିବାବେଳେ ସୁଲେମାନ ସପ୍ତାହେ ପୂର୍ବରୁ ଘଟଣାସ୍ଥଳର ଆଖପାଖ ଅଞ୍ଚଳରେ ବୁଲାବୁଲି କରିଥିଲା। ସେ ୨୦୨୩ରେ ବି ପୁଞ୍ଚରେ ସେନା ଟ୍ରକ ଉପରେ ଆକ୍ରମଣରେ ବି ସାମିଲ ଥିଲା, ଯେଉଁଥିରେ ୫ ଯବାନ ପ୍ରାଣ ହରାଇଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories