www.samajalive.in
Saturday, December 6, 2025
26.1 C
Bhubaneswar

ବାଇକଳା ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଗୃହ ନିର୍ମାଣ ନ ସରୁଣୁ ପାଣି ଗଳୁଛି

ପାଟଣା: ସାହାରପଡା ବ୍ଲକ ଅନ୍ତର୍ଗତ ବାଇକଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆଜକୁ ୨ ବର୍ଷରୁ ଅଧିକ ସମୟ ହେବ ନିର୍ମାଣ ଚାଲିଛି। କାମ ସରିବାର ନା ଧରୁନି। ଘର ନିର୍ମାଣ ନ ସରୁଣୁ ଏବେ ଲଗାଣ ବର୍ଷାରେ ଛାତ ସହିତ କାନ୍ଥଗୁଡ଼ିକରୁ ପାଣି ଝରୁଛି। ନିର୍ମାଣ ସରିଲେ ଏହା କେତେ ଦିନ ତିଷ୍ଠିବ ସେନେଇ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଷ୍ଟାଫ କ୍ୱାର୍ଟର୍ସ ମଧ୍ୟ ନିର୍ମାଣ ଚାଲିଛି। କିନ୍ତୁ କୌଣସି କାମ ନ ସରିବାରୁ ଡାକ୍ତରଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ନିଜ ନିଜ ଘରେ ରହି ଯିବା ଆସିବା କରୁଥିବାରୁ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯିବା ଆସିବାରେ ଅନେକ ସମୟ ଲାଗୁଛି। ଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories